କେନ୍ଦୁଝର: ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଘଟଗାଁ ବାଇପାସ ନିକଟରେ ଦୁର୍ଘଟଣା । ପାଣି ଟ୍ୟାଙ୍କର ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଟ୍ରାକ୍ଟର ହେଲ୍ପରଙ୍କ ମୃତ୍ୟୁ ଘଟିଛି ।
ପାଣି ଟ୍ୟାଙ୍କର-ଟ୍ରାକ୍ଟର ମୁହାଁମୁହିଁ: ଜଣେ ମୃତ - କେନ୍ଦୁଝରରେ ସଡକ ଦୁର୍ଘଟଣା
କେନ୍ଦୁଝର ଘଟଗାଁରେ ପାଣି ଟ୍ୟାଙ୍କର-ଟ୍ରାକ୍ଟର ମୁହାଁମୁହିଁ । ଟ୍ରାକ୍ଟର ହେଲ୍ପର ମୃତ । ଅଧିକ ପଢନ୍ତୁ...
ପାଣି ଟ୍ୟାଙ୍କର-ଟ୍ରାକ୍ଟର ମୁହାଁମୁହିଁ: ଜଣେ ମୃତ
ସୂଚନା ଅନୁଯାୟୀ ଆଜି(ଶୁକ୍ରବାର) ସନ୍ଧ୍ୟାରେ ରାଜପଥ କାର୍ଯ୍ୟ କରୁଥିବା ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଟ୍ରାକ୍ଟର ହେଲ୍ପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟି ଥିବାବେଳେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ପାଣି ଟ୍ୟାଙ୍କର ଡ୍ରାଇଭର ଫେରାର୍ ହୋଇଯାଇ ଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ