ଓଡିଶା

odisha

ETV Bharat / state

କେନ୍ଦୁଝରରେ ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଏମଜିଏନଏଆରଜିଏ

କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇ ପାରିଛି ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଆଇନ ।

By

Published : May 22, 2019, 9:11 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇ ପାରିଛି ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଆଇନ । ବିଶେଷତଃ ମହିଳାମାନଙ୍କ କ୍ଷେତ୍ରରେ ଏହା ବେଶ ସହାୟକ ହୋଇପାରିଛି । ସ୍ବାବଲମ୍ବୀ ହେବା ସହ ଦୁଇ ପଇସା ରୋଜଗାର କରି ଘରର ପେଟ ପୋଷି ପାରୁଛନ୍ତି ମହିଳାମାନେ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ପଦ୍ମପୁରରେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ସ୍ଥାନୀୟ କେନ୍ଦୁଝର ବନଖଣ୍ଡ ଦ୍ବାରା ପ୍ରସ୍ତୁତ ଚାରାରୋପଣ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଉକ୍ତ ଗ୍ରାମର ମହିଳାମାନେ ଘରେ ରହି ମୁଖିଆଙ୍କ ଉପରେ ନିର୍ଭର କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ବଦଳିଛି । ଏବେ ଏଠାକାର ମହିଳାମାନେ ଚାରାରୋପଣ କେନ୍ଦ୍ରକୁ ଆସି ବିଭିନ୍ନ ପ୍ରକାର ଚାରା ପ୍ରସ୍ତୁତ କରୁଛନ୍ତି । ଆଉ ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଟ୍ରେନିଂ ମଧ୍ୟ ଦିଆଯାଉଛି । ଏହି ଟ୍ରେନିଂ ମାଧ୍ୟମରେ ମହିଳାମାନେ ଶାଳ, ଶିଶୁ, କରଞ୍ଜ, ଜାମ୍ବୁ, ଆମ୍ବ ଆଦି ଚାରା ପ୍ରସ୍ତୁତ କରୁଛନ୍ତି।

ଏହି ସବୁ କାର୍ଯ୍ୟ ଏମଜିଏନଏଆରଜିଏ ମାଧ୍ୟମରେ ହେଉଥିବାରୁ ସପ୍ତାହକୁ ଥରେ ଏହି ମହିଳାଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଥାଏ। ଏହି ପଇସା ଏହି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ କରି ପାରିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details