କେନ୍ଦୁଝର: କୋଭିଡ ମୃତକଙ୍କ ଠାରୁ ଲୁଟ ଅଭିଯୋଗ, ହସ୍ପିଟାଲର କର୍ମଚାରୀଙ୍କ ସମେତ ୩ ଗିରଫ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ପର୍ଜନପୁର ପଞ୍ଚାୟତ ସରପଞ୍ଚ ପଦ୍ମାବତୀ ମାଝୀଙ୍କ ସ୍ବାମୀ କୃଷ୍ଣ ଚନ୍ଦ୍ର ମାଝୀଙ୍କର ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଏହି ସମୟରେ ମୃତଦେହ ଠାରୁ ମୋବାଇଲ ଓ ଟଙ୍କା ଲୁଟ ଘଟଣାରେ ୩ ଜଣକୁ ଗିରଫ କରିଛି ଟାଉନ ପୋଲିସ ।
କୋଭିଡ ମୃତକଙ୍କ ଠାରୁ ଲୁଟ ଅଭିଯୋଗ, ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ ଗିରଫ - କେନ୍ଦୁଝର କୋଭିଡ ମୃତକଙ୍କ ଠାରୁ ଲୁଟ ଅଭିଯୋଗ
କେନ୍ଦୁଝରରେ କୋଭିଡ ମୃତକଙ୍କ ଠାରୁ ଚୋରି ଅଭିଯୋଗ । ଏହି ଅଭିଯୋଗରେ ହସ୍ପିଟାଲର କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
ଟାଉନ ଥାନା ପୋଲିସ ଦ୍ବାରା ଗିରଫ ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ବରର ରାହୁଲ ପ୍ରଧାନ, ଯିଏକି କୋଭିଡ ହସ୍ପିଟାଲରେ ହାଉସ୍ କିପିଂ ବୟ ରୂପେ କାମ କରୁଥିଲେ । ରାହୁଲ ମୋବାଇଲ ଚୋରି କରି ବିକ୍ରି କରି ଥିବା ଭୁବନେଶ୍ବରର ସାଲିଆସାହିର ଦୁଇ ଜଣ ବ୍ୟକ୍ତି ଜିମିନ୍ଦ୍ର ଦିଗଲ ଓ ଜଗନ୍ନାଥ ବାରିକଙ୍କୁ ମଧ୍ୟ କେନ୍ଦୁଝର ଟାଉନ ଥାନା ପୋଲିସ ଗିରଫ କରିଛି । ମୃତଦେହକୁ ସ୍ଥାନାନ୍ତରିତ କରିବା ସମୟରେ ରାହୁଲ ମୋବାଇଲ ଓ ଟଙ୍କା ଚୋରି କରି ଭୁବନେଶ୍ବରରେ ବିକ୍ରି କରି ଦେଇଥିବା କଥା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ରାହୁଲର ବୟାନ ମୁତାବକ ପୋଲିସ ଚୋରି ମୋବାଇଲ କିଣିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୃଷ୍ଣ ଚନ୍ଦ୍ରଙ୍କର ସ୍ତ୍ରୀ ପଦ୍ମାବତୀ ମାଝୀଙ୍କୁ ହସ୍ତାନ୍ତର କରିଛି ।
କେନ୍ଦୁଝରର ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ