ଓଡିଶା

odisha

ETV Bharat / state

ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କେନ୍ଦୁଝର ଜିଲ୍ଲା ଆଦୁଅଡିହା ଗ୍ରାମର ଜଣେ ଯୁବତୀ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଅପରାହ୍ନରେ ଘରେ କେହି ନଥିବାର ସୁଯୋଗ ଉଠାଇ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Sep 25, 2020, 10:17 PM IST

ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କେନ୍ଦୁଝର: ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଦୁଅଡିହା ଗ୍ରାମର ମଳୟ ସାହୁଙ୍କ ଝିଅ ମହେଶ୍ୱତା ସାହୁ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ଅନୁଯାୟୀ ଶୁକ୍ରବାର ମହେଶ୍ୱତା ବ୍ୟାଙ୍କ୍ କାମରେ ହରିଚନ୍ଦନପୁର ଆସିଥିଲେ । ସେଠାରୁ ଅପରାହ୍ନରେ ଘରକୁ ଫେରିବା ପରେ ଘରେ କେହି ନଥିବାର ସୁଯୋଗ ନେଇ କୌଣସି କାରଣରୁ ଘରର କବାଟ ଦେଇ ଭିତରେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଘରର ଝରକାରେ ପଡୋଶୀ ମହେଶ୍ବତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ କବାଟ ଭାଙ୍ଗି ଉଦ୍ଧାର କରି ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମହେଶ୍ୱତାଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଘର ଲୋକେ ପ୍ରେମ ଜନିତ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details