କେନ୍ଦୁଝର: କୋରୋନା ଭୟରେ ବହୁ ରୋଗୀ ହସ୍ପିଟାଲ ଆସୁନାହାଁନ୍ତି । ଏପରିକି ହସ୍ପିଟାଲରେ ସାଧାରଣ ରୋଗ ପାଇଁ ଭିଡ ନ ଜମାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଫଳରେ ଏଭଳି ସ୍ଥଳରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କେନ୍ଦୁଝର ଜିଲ୍ଲାପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡକ୍ଟର ଅନ-କଲ ବ୍ୟବସ୍ଥା ।
କେନ୍ଦୁଝର ଜିଲ୍ଲା ପ୍ରଶାସନର ‘ଡକ୍ଟର ଅନ କଲ’ ସେବା ଆରମ୍ଭ - ଡକ୍ଟର ଅନ କଲ ସେବା
ଡାକ୍ତର ଅନ କଲ ସେବା ଆରମ୍ଭ କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । ହସ୍ପିଟାଲରେ ଭିଡ କମାଇବାକୁ ଯାଇ ଏଭଳି ପଦକ୍ଷେପ ଆପଣାଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...
କେନ୍ଦୁଝର ଜିଲ୍ଲା ପ୍ରଶାସନର ଡକ୍ଟର ଅନ କଲ ସେବା ଆରମ୍ଭ
10ରୁ ଊର୍ଦ୍ଧ୍ବ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସମୟ ସାରଣୀ ସହ ମୋବାଇଲ ନମ୍ବର ଜାରି କରିଛି ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ତାର ଟ୍ବିଟରରେ ପୋଷ୍ଟ କରିଛି । ଉକ୍ତ ନମ୍ବରଗୁଡିକରେ ସମୟ ସାରଣୀ ଅନୁସାରେ ସାଧାରଣ ରୋଗୀମାନେ ଘରେ ବସି ସେବା ନେଇ ପାରିବେ ବୋଲି କୁହାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ