ଓଡିଶା

odisha

ETV Bharat / state

ଯାତ୍ରୀବାହୀ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୫ ରୁ ଉର୍ଦ୍ଧ୍ଵ ଯାତ୍ରୀ। ଅଧିକ ପଢନ୍ତୁ...

By

Published : Mar 9, 2021, 6:26 PM IST

ଯାତ୍ରୀବାହୀ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଯାତ୍ରୀବାହୀ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଆନନ୍ଦପୁର: ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୫ ରୁ ଉର୍ଦ୍ଧ୍ଵ ଯାତ୍ରୀ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ହାଟଡ଼ିହି ତହସିଲ ଛକ ନିକଟରେ । ଭଦ୍ରକରୁ ଖିଚିଂ ଯାଉଥିବା ଶ୍ରୀଲକ୍ଷ୍ମୀ ନାମକ ଏକ ଘରୋଇ ବସ ହାଟଡିହି ତହସିଲ୍ ଛକ ନିକଟରେ ଯାଉଥିବାବେଳେ ହଠାତ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ତେବେ ଏଥିରେ କେହି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ରହିଛି ।

ଯାତ୍ରୀବାହୀ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମିଲିଥିବା ଖବର ଅନୁସାରେ ବସର ଇଞ୍ଜିନରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଫଳରେ ଭୟଭୀତ ହୋଇ ଡ୍ରାଇଭର୍ ବସକୁ ରାସ୍ତା କଡରେ ଅଟକାଇ ଦେବାରୁ ଯାତ୍ରୀମାନେ ବସରୁ ଓହ୍ଲାଇ ପଳାଇ ଯିବାରେ ସକ୍ଷମ ହୋଇଥିଲେ । ପରେ ବସରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ଛେନାପଦିରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

ABOUT THE AUTHOR

...view details