ବାରିପଦା:ଦଶମ ଶ୍ରେଣୀ ଛାତ୍ର ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଥିବା ବେଳେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ମୁର୍ଗାବାଡ଼ି ଅଞ୍ଚଳରେ । ଏନେଇ ବାରିପଦାରେ ରହୁଥିବା ମୃତକଙ୍କ ବାପା ନିଜ ପତ୍ନୀ ଏବଂ ପତ୍ନୀଙ୍କ ବାପ ଘର ବିରୋଧରେ ବାରିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ନିଆଁରେ ପୋଡ଼ିହୋଇ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା
ବାରିପଦା ଟାଉନ ଥାନା ମୂର୍ଗାବାଡ଼ି ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ନିଆଁରେ ପୋଡି ମୃତ୍ୟୁ ଘଟିଛି । ତେବେ ମୃତ ଛାତ୍ରଙ୍କ ପିତା ହତ୍ୟା ଅଭିଯୋଗ ଆଣି ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ....
ସୂଚନାଯୋଗ୍ୟ ମୃତ ଛାତ୍ର ଜଣକ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଅଞ୍ଚଳର ଦେବେନ୍ଦ୍ର କୁମାର ସାହୁଙ୍କ ପୁଅ । ପୂର୍ବରୁ ମୃତକଙ୍କ ବାପା ଓ ମାଆଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି । ମୃତକଙ୍କ ମାଆ ଆଇନର ସହାୟତା ନେଇ ତାଙ୍କଠାରୁ ପୁଅକୁ ଆଣି ବାରିପଦାରେ ନିଜ ବାପଘରେ ରହୁଥିଲେ । ମାତ୍ର ହଠାତ୍ ସୋମବାର ସକାଳେ ତାଙ୍କ ପୁଅ କିରୋସିନ ଢାଳି ପୋଡ଼ିହୋଇ ଆତ୍ମହତ୍ୟା କରିଥିବା ପୂର୍ବତନ ପତ୍ନୀଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା ।
ମାତ୍ର ମୃତକଙ୍କ ମା’ ଏବଂ ତାଙ୍କ ପରିବାର ଲୋକ ପୁଅକୁ ପୋଡ଼ି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରର ବାପା ଦେବେନ୍ଦ୍ର । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ସମ୍ପର୍କରେ ସଠିକ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ