କେନ୍ଦୁଝର: ଜିଲ୍ଲାରେ ତୁରୁମୁଙ୍ଗା ଗ୍ରାମରେ ଚାଞ୍ଚଲ୍ୟ । ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ତୁରୁମୁଙ୍ଗା ଥାନା ଚାଖୁଣ୍ଡାପାଳ ମୁଣ୍ଡା ସାହିରେ।
ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର
କେନ୍ଦୁଝର ଅଭାବନୀୟ ଘଟଣା । ଗଛରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ ।
ନାବାଳିକାର ଝୁଲନ୍ତା ଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ
ମୃତକଙ୍କ ପରିଚୟ ପୁରୁଣିଆ ଗ୍ରାମର ବିଳାସିନୀ ମୁଣ୍ଡା ଜଣାପଡିଛି । ପ୍ରକାଶ ଥାଉକି ସେ ମାମୁଁ ଘରେ ରହି ପାଠ ପଢୁଥିଲେ । ତେବେ କେଉଁ କାରଣରୁ ନାବାଳିକା ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ
Last Updated : Apr 1, 2021, 2:09 PM IST