ଓଡିଶା

odisha

ETV Bharat / state

ଘଣ୍ଟା ଘଣ୍ଟା ଧରି ଜାମରେ ଫସିରହିଲା ଗର୍ଭବତୀକୁ ଆଣୁଥିବା ଆମ୍ବୁଲାନ୍ସ - ଘଣ୍ଟା ଘଣ୍ଟା ଧରି ଜାମରେ ଫସିରହିଲା ଗର୍ଭବତୀକୁ ଆଣୁଥିବା ଆମ୍ବୁଲାନ୍ସ

ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ଼ଗ୍ରାମରୁ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଜଣେ ଗର୍ଭବତୀ ମହିଳା ଙ୍କୁ ବଡ଼ କାଳିମାଟି ସରକାରୀ ଡାକ୍ତରଖାନାକୁ ଆଣିକି ଆସୁଥିଲା । ହାତୀମରା ଛକ ନିକଟରେ ପ୍ରବଳ ଟ୍ରାଫିକ ଜାମ ହେତୁ ଦୀର୍ଘ ଦୁଇ ଘଣ୍ଟା ଧରି ଜାମରେ ଫସି ରହିଥିଲା ଆମ୍ବୁଲାନ୍ସ । ଗର୍ଭବତୀ ମହିଳା ଜଣକ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଥିବାବେଳେ ବହୁ କଷ୍ଟରେ ଡାକ୍ତରଖାନାକୁ ପହଞ୍ଚାଇଥିଲେ ଆମ୍ବୁଲାନ୍ସ ଡ଼୍ରାଇଭର । ଅଧିକ ପଢନ୍ତୁ...

ଘଣ୍ଟା ଘଣ୍ଟା ଧରି ଜାମରେ ଫସିରହିଲା ଗର୍ଭବତୀକୁ ଆଣୁଥିବା ଆମ୍ବୁଲାନ୍ସ
ଘଣ୍ଟା ଘଣ୍ଟା ଧରି ଜାମରେ ଫସିରହିଲା ଗର୍ଭବତୀକୁ ଆଣୁଥିବା ଆମ୍ବୁଲାନ୍ସ

By

Published : Jul 18, 2020, 11:08 PM IST

କେନ୍ଦୁଝର: ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ଼ଗ୍ରାମରୁ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଜଣେ ଗର୍ଭବତୀ ମହିଳା ଙ୍କୁ ବଡ଼ କାଳିମାଟି ସରକାରୀ ଡାକ୍ତରଖାନାକୁ ଆଣିକି ଆସୁଥିଲା । ହାତୀମରା ଛକ ନିକଟରେ ପ୍ରବଳ ଟ୍ରାଫିକ ଜାମ ହେତୁ ଦୀର୍ଘ ଦୁଇ ଘଣ୍ଟା ଧରି ଜାମରେ ଫସି ରହିଥିଲା ଆମ୍ବୁଲାନ୍ସ । ଗର୍ଭବତୀ ମହିଳା ଜଣକ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଥିବାବେଳେ ବହୁ କଷ୍ଟରେ ଡାକ୍ତରଖାନାକୁ ପହଞ୍ଚାଇଥିଲେ ଆମ୍ବୁଲାନ୍ସ ଡ଼୍ରାଇଭର ।

ଘଣ୍ଟା ଘଣ୍ଟା ଧରି ଜାମରେ ଫସିରହିଲା ଗର୍ଭବତୀକୁ ଆଣୁଥିବା ଆମ୍ବୁଲାନ୍ସ

କୋରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସପ୍ତାହର ଶନିବାର ଏବଂ ରବିବାର କେନ୍ଦୁଝର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । କିନ୍ତୁ ଖଣିଜ ପଦାର୍ଥ ଉପରେ କୌଣସି ରୋକ ଲାଗିନଥିବା ଜଣାପଡିଛି । ବିଭିନ୍ନ ଖଣିଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅହରହ ବଡ଼ ବଡ଼ ୧୨ ଚକିଆ ଠାରୁ ଆରମ୍ଭ କରି ୨୪ ଚକିଆ ଟ୍ରକ ଆସି ଖଣି ମାନଙ୍କ ରୁ ଆଇରନ ବୋଝେଇ କରୁଛନ୍ତି । ଆଇରନ ବୋଝେଇ କରିବାକୁ ଆସୁଥିବା ବଡ଼ ବଡ଼ ଟ୍ରକ ଏବେ ୫୨୦ ନମ୍ବର ଜାତୀୟ ରାଜପଥ କୁ କବ୍ଜା କରୁଥିବା ରୁ ଲୋକେ ଯାତାୟାତ ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଦିନେ ନାହିଁ ଅଧେ ନାହିଁ ପ୍ରତ୍ୟେକ ଦିନ ଏହି ୫୨୦ ନମ୍ବର ଜାତୀୟ ରାଜପଥ ରେ ଘଣ୍ଟା ଘଣ୍ଟା ଧରି ଆଇରନ ବୋଝେଇ ଟ୍ରକ ଛିଡ଼ା ହୋଇଥିବା ବେଳେ ଏଥିରୁ ଆଜି ବାଦ୍ ପଡି ନାହାନ୍ତି ଜଣେ ଗର୍ଭବତୀ ମହିଳା । ଏହି ଭଳି ଘଟଣା ବାରମ୍ବାର ହେଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details