ଓଡିଶା

odisha

ETV Bharat / state

ଆଶାୟୀଙ୍କୁ ଟିକେଟ ନମିଳିବାରୁ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ ସମର୍ଥକ

ଟିକେଟ ଘୋଷଣା ପରେ ଦେଖା ଦେଇଛି ଅସନ୍ତୋଷ । ବହୁ ସ୍ଥାନରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା କର୍ମୀଙ୍କୁ ଟିକେଟ ନମିଳିବା ନେଇ ଜିଲ୍ଲା କାର୍ଯ୍ୟାଳୟରୁ ରାଜ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାକୁ ତାଲା ପକାଇଛନ୍ତି ଶତାଧିକ କର୍ମୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

By

Published : Mar 24, 2019, 12:35 AM IST

କେନ୍ଦୁଝର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭା ଓ ଲୋକସଭାର ଟିକଟ ଘୋଷଣା କରାଯାଇଛି । କିନ୍ତୁ ଟିକେଟ ଘୋଷଣା ପରେ ଦେଖା ଦେଇଛି ଅସନ୍ତୋଷ । ବହୁ ସ୍ଥାନରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା କର୍ମୀଙ୍କୁ ଟିକେଟ ନମିଳିବା ନେଇ ଜିଲ୍ଲା କାର୍ଯ୍ୟଳୟରୁ ରାଜ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାକୁ ତାଲା ପକାଇଛନ୍ତି ଶତାଧିକ କର୍ମୀ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ତେବେ ଆଜି ଟିକେଟ ଘୋଷଣା ପରେ ପାଟଣା ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଆସି କେନ୍ଦୁଝର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ଏହାସହ କାର୍ଯ୍ୟାଳୟରେ ତାଲା ମଧ୍ୟ ପକାଇଥିଲେ । ଜିଲ୍ଲା ନେତାଙ୍କ ସହ ଜିଲ୍ଲା ପ୍ରଭାରୀ ମଧ୍ୟ ଟିକେଟ ବଣ୍ଟନରେ ଅନିୟମିତତା ଓ ଟଙ୍କା କାରବାର ହୋଇଥିବା ଅଭିଯୋଗ କରିଛନ୍ତି ।

ପ୍ରକାଶ ଯେ ଦୀର୍ଘଦିନ ଧରି ପାଟଣା ନିର୍ବାଚନ ମଣ୍ଡଳୀରେ ଅଖିଳ ନାଏକ ନାମକ ବ୍ୟକ୍ତି ସରକାରୀ ଚାକିରୀ ଛାଡି ତୃଣମୂଳ ସ୍ଥଳରେ ସଙ୍ଗଠନକୁ ସୃଧୁଢ଼ କରିଆସୁଥିଲେ । କିନ୍ତୁ ଏହି ଟିକେଟ ଘୋଷଣାବେଳେ ତାଙ୍କ ନାଁ କୁ କାଟି ପୂର୍ବତନ ବିଧାୟକ ପାର୍ଥି ଭବାନୀ ନାଏକକୁ ଟିକେଟ ବିକ୍ରି ହୋଇଥିବା ଅଭିଯୋଗ କରିଛନ୍ତି କର୍ମୀ । ତେବେ କର୍ମିଙ୍କ ଏହି ଅସନ୍ତୋଷ ସମୟରେ ଜିଲ୍ଲା କୋଷାଧ୍ୟକ୍ଷ ସେଟାରେ ପହଞ୍ଚି କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details