ଓଡିଶା

odisha

ETV Bharat / state

ଦଶହରା ଛୁଟିରେ ସ୍କୁଲ ରାସ୍ତା ସଜାଡ଼ିଲେ ଛାତ୍ରଛାତ୍ରୀ - ଦଶହରା ଛୁଟି

ତେଲକୋଇ ବ୍ଲକ କରଦାଙ୍ଗି ଗ୍ରାମରେ ନିଆରା ଦୃଶ୍ଯ । ବିଦ୍ୟାଳୟକୁ ଯିବାକୁ ପକ୍କା ସଡକ ଟିଏ ନଥିବାରୁ ବର୍ଷାରେ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦଶହରା ଛୁଟିରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମିଶି ବିଦ୍ୟାଳୟକୁ ଯିବାକୁ ଥିବା ରାସ୍ତାକୁ ମରାମତି କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

By

Published : Oct 6, 2019, 3:02 PM IST

କେନ୍ଦୁଝର: ସରକାର ଗାଁକୁ ଗାଁ ରାସ୍ତା ବନେଇ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା ଡିଣ୍ଡିମ ପିଟିବାରେ ବ୍ୟସ୍ତ । କିନ୍ତୁ ସରକାରଙ୍କ ଡିଣ୍ଡିମ ଠାରୁ ଭିନ୍ନ ଦୃଶ୍ୟ ଗାଁ ଗୁଡିକରେ ଦେଖିବାକୁ ମିଳିଥାଏ । ଏନେଇ ଗ୍ରାମବାସୀ ସରକାର ପାଖରେ ଯେତେ ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି । ଏହାର ଏକ ଚିତ୍ର ଦେଖିବାକୁ ମିଳିଛି ତେଲକୋଇ ବ୍ଲକ କରଦାଙ୍ଗି ଗ୍ରାମରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ଦିନେ ବହିରେ ପଢିଥିଲୁ ବିଦ୍ୟାଳୟକୁ ଯାଉଥିବା ବେଳେ କାଦୁଅରେ ପଡିଯିବାରୁ ଖରା ଛୁଟିରେ ସାଙ୍ଗ ମାନଙ୍କ ସହ ମିଶି ଗାଁ ରାସ୍ତା ସଜାଡିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ତେବେ ଏହି ଚିତ୍ର ପୁଣିଥରେ ଦେଖିବାକୁ ମିଳିଛି ଉକ୍ତ କରଦାଙ୍ଗି ଗ୍ରାମରେ । ଗାଁରେ ରହିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । କିନ୍ତୁ ଏହି ବିଦ୍ୟାଳୟ କୁ ଯିବାକୁ ପକ୍କା ସଡକ ଟିଏ ନଥିବାରୁ ବର୍ଷାରେ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେଥିପାଇଁ ଦଶହରା ଛୁଟିରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମିଶି ବିଦ୍ୟାଳୟକୁ ଯିବାକୁ ଥିବା ରାସ୍ତାକୁ ମରାମତି କରିଛନ୍ତି । ପଥର, ମାଟି ଆଦି ଆଣି ଖାଲଖମା ଆଦି ଭରିଥିଲେ । ଛାତ୍ରଙ୍କ ଉକ୍ତ କାର୍ଯ୍ୟକୁ ସାଧାରଣରେ ବହୁ ପ୍ରଶଂସା ମିଳୁଛି । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details