ଓଡିଶା

odisha

ETV Bharat / state

7 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଶ୍ରମିକ

ଦୀର୍ଘଦିନ ଧରି ହକ ପାଇଁ ବାରମ୍ବାର ଯୋଡ଼ା ବ୍ଲକ ବାମେବାରି  ଜଂଜାଙ୍ଗସ୍ଥିତ ରୁଙ୍ଗଟା ଖଣି କମ୍ପାନୀର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏଦିଗରେ କର୍ଣ୍ଣପାତ କରିନଥିଲେ । ଫଳରେ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଶ୍ରମିକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jun 4, 2019, 1:00 PM IST


କେନ୍ଦୁଝର: ସାତ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଶ୍ରମିକ । ୩୮ ମାସର ବର୍ଦ୍ଧିତ ବକେୟା ଦରମା ପ୍ରଦାନ, ଶ୍ରମିକଙ୍କ ଠାରୁ ବିଭିନ୍ନ ଆଳରେ ବେଆଇନ ଚାନ୍ଦା ଆଦାୟ ବନ୍ଦ, କାର୍ଯ୍ୟରତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ, ବୈଧାନିକ ଉପକରଣ ପ୍ରଦାନ, ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଓ ୧୪୪ ଧାରା ଲାଗିଥିବା ସତ୍ତ୍ବେ ରାଜ୍ୟ ବାହାରର ଶ୍ରମିକକୁ ଖଣି ଭିତରକୁ କାର୍ଯ୍ୟ ବନ୍ଦ ଆଦି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଏହି ଶ୍ରମିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ମୁତାବକ, ଦୀର୍ଘଦିନ ଧରି ଯୋଡ଼ା ବ୍ଲକ ବାମେବାରି ଜଂଜାଙ୍ଗସ୍ଥିତ ରୁଙ୍ଗଟା ଖଣି କମ୍ପାନୀର ଶତାଧିକ ଶ୍ରମିକ ନିଜ ହକ ପାଇଁ ବାରମ୍ବାର କମ୍ପାନୀର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏଦିଗରେ କର୍ଣ୍ଣପାତ କରିନଥିଲେ । ଫଳରେ ଆଜି ବାଧ୍ୟ ହୋଇ ଭାରତୀୟ ମଜଦୂର ସଂଘ ସହ ବନ୍ଧିତ ହୋଇ ଜଂଜାଙ୍ଗ ମାଇନ୍ସ ମଜଦୁର ସଂଘର କର୍ମୀ ନିଜର ହକ ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ତେବେ ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ ନକଲେ ଆସନ୍ତା ଶୁକ୍ରବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ସାତ ଦଫା ସମ୍ବଳିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଶ୍ରମିକମାନେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details