କେନ୍ଦୁଝର: ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଣ ସହାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଜିକୁ ଅନେକ ମାସ ହେବ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୌଣିଘଷା ଗ୍ରାମପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ଦେଖା ଦେଇଛି ।
ଏନେଇ ବାରମ୍ବାର ଯୋଗାଣ ନିରିକ୍ଷକ ବନିତା ମାଝୀଙ୍କ ପାଖରେ ଯୋଗ୍ୟ ହିତାଧିକାରୀମାନେ ଲିଖିତ ସହ ମୈାଖିକ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ପୁଣି ଉକ୍ତ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ ସମୟରେ ଯୋଗ୍ୟ ହିତାଧରକାରୀ ଦିଲା ମାଝୀଙ୍କ ସ୍ୱାମୀ ମୁଳିଆ ମାଝୀଙ୍କୁ ଯୋଗାଣ ସହାୟକ ବିଶମ୍ବର ମହାନ୍ତ ମାରପିଟ୍ କରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି ।
ପିଡିଏସ ସାମଗ୍ରୀ ବଣ୍ଟନରେ ବେଳେ ହିତାଧିକାରୀଙ୍କୁ ନିସ୍ତୁକ ମାଡ ଅଭିଯୋଗ ଖବର ଅନୁଯାୟୀ ଉକ୍ତ ହିତାଧିକାରୀଙ୍କ ରାସନ କାର୍ଡ ହଜିଯାଇଥିବାରୁ ବ୍ଲକର ଯୋଗାଣ ନିରିକ୍ଷକ ବନିତା ମାଝୀଙ୍କ ପାଖକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ପରେ ଘଟଣା ବାବଦରେ ଅବଗତ ହୋଇ ଯୋଗାଣ ନିରିକ୍ଷକ ଉକ୍ତ ହିତାଧିକାରୀଙ୍କୁ ୨୦ କିଲୋ ରାସନ ନିମନ୍ତେ ଏକ ଖାତାରେ ଲିଖିତ କାର୍ଡ ପ୍ରସ୍ତୁତ କରି ପ୍ରଦାନ କରିଥିଲେ । ସେହି କାର୍ଡରେ ଗତ ଜୁଲାଇ ମାସର ରାସନ ଦିଆଯାଇଥିବା ବେଳେ ଅଗଷ୍ଟ ମାସର ରାସନ ସେହି କାର୍ଡରେ ଦେବାକୁ ସହାୟକ ମନା କରିଥିଲେ । ରାସନ ଦେବାକୁ ମନା କରିବା ଯୋଗୁ ହିତାଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା ।
ପରେ ଝଗଡାଟି ମାରପିଟ୍ ରୂପ ନେଇଥିଲା । ଯାହାକୁ ନେଇ ସହାୟକଙ୍କ ମାଡ଼ରେ ହିତାଧିକାରୀ ରକ୍ତାକ୍ତ ହେଇଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ପଞ୍ଚାୟତରେ ପିଡ଼ିଏସ ବାଣ୍ଟିବା ବନ୍ଦ କରିଦେଇଥିଲେ ଯୋଗାଣ ସହାୟକ । ପରବର୍ତ୍ତି ସମୟରେ ଭୋକ ଉପାସରେ ଅପେକ୍ଷା କରି ଶହଶହ ହିତାଧିକାରୀ ଚାଉଳ ନପାଇ ନିରାଶ ହୋଇ ଘରକୁ ଫେରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନିକ ଅଧିକାରୀ କିମ୍ବା ଯୋଗାଣ ନିରିକ୍ଷକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାକୁ ନେଇ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିିଭି ଭାରତ