ଓଡିଶା

odisha

ETV Bharat / state

ମହିଳା ଦିବସରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେଲା ବ୍ୟାଙ୍କ

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକଠାରେ ସମନ୍ୱିତ ଶିଶୁ ବିକାଶ ଯୋଜନା କାଯ୍ୟାଳୟ ଆନୁକୁଲ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ନୂତନ ବ୍ୟାଙ୍କ ଋଣ ଏବଂ ମିଶନଶକ୍ତି ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି ।

By

Published : Mar 9, 2019, 11:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକଠାରେ ସମନ୍ୱିତ ଶିଶୁ ବିକାଶ ଯୋଜନା କାଯ୍ୟାଳୟ ଆନୁକୁଲ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ନୂତନ ବ୍ୟାଙ୍କ ଋଣ ଏବଂ ମିଶନଶକ୍ତି ଋଣ କର୍ମଶାଳା ଆୟୋଜିତ ହୋଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ଘଷିପୁରା ବ୍ଲକ ଅଧୀନରେ ଥିବା ସମସ୍ତ ବ୍ୟାଙ୍କ ଅଧିକାରୀ ଏହି କର୍ମଶାଳାରେ ଯୋଗ ଦେଇ ମିଶନସକ୍ତି ଋଣ ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ବୁଝାଇଥିଲେ । ଏହି କର୍ମଶାଳାରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ , ବ୍ଲକ ସ୍ତରୀୟ ମିଶନ ଶକ୍ତି ଫେଡେରେସନ କାଯ୍ୟାଳୟର ସମସ୍ତ କର୍ମଚାରୀ, ବିପିସି, ବିମଏସ ସହଯୋଗ କରିଥିଲେ । ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଡମି ଚେକ ପ୍ରଦାନ କରିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details