ଓଡିଶା

odisha

ETV Bharat / state

ସହରର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବ ସ୍ପିରିଟ୍‌ଜା ଫେଷ୍ଟ-2020 - କେନ୍ଦୁଝରର ସ୍ପିରିଟ୍‌ଜା

ସ୍ଥାନୀୟ କାଳି ପଡିଆରେ ସହର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସ୍ପିରିଟ୍‌ଜା ଦ୍ବାରା 2 ଦିନିଆ ଫେଷ୍ଟ-2020 ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବାର ଯୋଜନା ରହିଛି। ଅଧିକ ପଢନ୍ତୁ...

Spiritza fest 2020, keonjhar latest news, spiritza in keonjhar, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରର ସ୍ପିରିଟ୍‌ଜା, ସ୍ପିରିଟ୍‌ଜା ଫେଷ୍ଟ-2020
ସହରର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବ ସ୍ପିରିଟ୍‌ଜା ଫେଷ୍ଟ-2020

By

Published : Jan 5, 2020, 11:29 PM IST

Updated : Jan 6, 2020, 3:01 AM IST

କେନ୍ଦୁଝର: ସ୍ଥାନୀୟ କାଳି ପଡିଆରେ ସହର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସ୍ପିରିଟ୍‌ଜା ଦ୍ବାରା 2 ଦିନିଆ ଫେଷ୍ଟ-2020 ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବାର ଯୋଜନା ରହିଛି। ଏଥିରେ ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ, ଲୋକ ନୃତ୍ୟ, ସଙ୍ଗୀତ ଓ ନାଟକ ଆଦି ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି।

ସହରର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବ ସ୍ପିରିଟ୍‌ଜା ଫେଷ୍ଟ-2020

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ରେଜିଷ୍ଟ୍ରାର ପ୍ରଦୀପ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କେନ୍ଦୁଝରବାସୀଙ୍କୁ ଅନୁଷ୍ଠାନ ଏପରି ଉପହାର ପ୍ରଥମ ଥର ପାଇଁ ଦେଉଥିବା ବେଳେ ଏହା ପଛରେ ଉଦେଶ୍ୟ ହେଉଛି ଜିଲ୍ଲାବାସୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ କୋରିଓଗ୍ରାଫର ଆର୍ଯ୍ୟନଙ୍କ ସହ ବଲିଉଡ ଓ ଓଲିଉଡର ବଛା ବଛା କଳାକାର ନିଜ କଳା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jan 6, 2020, 3:01 AM IST

ABOUT THE AUTHOR

...view details