କେନ୍ଦୁଝର: ସରକାର ପୁଅ-ଝିଅ ସମାନ ବୋଲି ପ୍ରଚାର କରୁଛନ୍ତି । ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଅଲୋଡ଼ା ହୋଇଛି ଶିଶୁ କନ୍ୟା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରିଆ ଥାନା ଅନ୍ତର୍ଗତ ବଡ଼ନେଉଳି ଗ୍ରାମରେ । ଆଜି(ସୋମବାର) ସକାଳୁ ଉକ୍ତ ଗ୍ରାମର ରମେଶ ବାରିକଙ୍କ ଘର ବାରଣ୍ଡାରେ ଶିଶୁ କନ୍ୟାଙ୍କୁ କେହି ରଖିଯାଇଥିବା ଦେଖିବାକୁ ମିଳିଛି ।
ବାରଣ୍ଡାରେ ଛାଡି ଚାଲିଗଲେ ଶିଶୁ କନ୍ୟା
ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଅଲୋଡ଼ା ହୋଇଛି ଶିଶୁ କନ୍ୟା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରିଆ ଥାନା ଅନ୍ତର୍ଗତ ବଡ଼ନେଉଳି ଗ୍ରାମରେ । ଅଧିକ ପଢନ୍ତୁ...
ଅଲୋଡ଼ା ହେଲା ଶିଶୁ କନ୍ୟା, ଘର ବାରଣ୍ଡା ବାହାରେ ଛାଡି ଚାଲିଗଲେ
ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁ କନ୍ୟାର କେହି ଅଭିବାବକ ନମିଳିବାରୁ ବାରିଆ ଥାନାକୁ ଖବର ଦିଆଯାଇଥିଲା । ଥାନା ଅଧିକାରୀ ଆସି ଶିଶୁ କନ୍ୟାକୁ ଉଦ୍ଧାରକରି ପ୍ରଥମେ ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ତେବେ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ