ଓଡିଶା

odisha

ETV Bharat / state

ଶାତଳ ଷଷ୍ଠୀ: ବାଣ ରୋଷଣୀରେ ଉତ୍ସବ ମୁଖରିତ ଘସିପୁରା - ଶାତଳ ଷଷ୍ଠୀ

ଶୀତଳ ଷଷ୍ଠୀ ପାଇଁ ଚଳ ଚଞ୍ଚଳ ଘସିପୁରା । ଶ୍ରଦ୍ଧାଳୁମାନେ ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ସାମିଲ ହୋଇ ବିବାହ ବେଦିରେ ଯୁଗଳ ମୂର୍ତ୍ତିଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣିବା ସହ ଘସିପୁରାରେ ଏକ ଭାଇଚାରା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର

By

Published : Jun 9, 2019, 4:41 PM IST

ଆନନ୍ଦପୁର: ଶୀତଳ ଷଷ୍ଠୀ ଉପଲକ୍ଷେ ବିଭିନ୍ନ ଶିବାଳୟରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ଘଷିପୁରା ସ୍ଥିତ ବାବା ଝାଡେଶ୍ୱେର ମହାପ୍ରଭୁଙ୍କର ବିବାହ ଉତ୍ସବ ଏକ ନିଆରା ଢଙ୍ଗରେ ପାଳିତ ହୋଇଛି । ଏହି ଉସବକୁ ଦେଖିବାକୁ ଆଖପାଖ ଗାଁରୁ ବହୁ ଜନ ସମାଗମ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର

ଶୀତଳ ଷଷ୍ଠୀ ପାଇଁ ଚଳ ଚଞ୍ଚଳ ଘସିପୁରା । ବୈଦିକ ରିତିନିତୀରେ ସରିଛି ଦେବ ଦମ୍ପତିଙ୍କ ବିବାହ । ବାଣଫୁଟା ସାଙ୍ଗକୁ ବାଜା ରୋସଣିରେ ଉତ୍ସବ ମୁଖରିତ ହୋଇଛି ସାରା ଅଞ୍ଚଳ । ଦିନ ତମାମ ପ୍ରଭୁଙ୍କ ବିଭିନ୍ନ ରୀତି ନୀତି ପରେ ସନ୍ଧ୍ୟାରେ ଆଳତୀ ସାରି ବାବା ଝାଡେଶ୍ୱର ବିମାନକୁ ବର ବେଶରେ ଆସିଲେ । ସାଙ୍ଗରେ ଦୂତଗଣ ଓ ବରଯାତ୍ରୀ ବାଣ ରୋଷଣୀର ତାଳେ ତାଳେ ନାଚି ଗାଁ ପରିକ୍ରମା କରିଥିଲେ ।

ଏହି ଉସବରେ ଆଖପାଖ ଅଞ୍ଚଳର ବହୁ ଜନସମାଗମ ହୋଇଥିବା ବେଳେ ଗାଁ ପରିକ୍ରମା ବେଳେ ଘରେ ଘରେ ମା’ ମାନେ ଶଙ୍ଖ ହୁଳହୁଳି ଦେଇ ପ୍ରଭୁଙ୍କୁ ବନ୍ଦାପନା କରିଥିଲେ । ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ କରାଯାଇଥିବା ବେଳେ ବହୁ ଭକ୍ତ ଏଥିରେ ସାମିଲ ହୋଇ ନିଜକୁ ଧନ୍ୟ ମଣିବା ସହ ପ୍ରସାଦ ସେବନ କରିଥିଲେ ।

ଝାଡେଶ୍ବରର ଶାତଳ ଷଷ୍ଠୀ ସବୁଠୁ ନିଆରା ହୋଇଥିବା ବେଳେ ଦେବ ବିବାହ ପରମ୍ପରା ଅନେକ ଦିନରୁ ଚାଲି ଆସୁଛି ବୋଲି ଶ୍ରଦ୍ଧାଳୁ ସରସ୍ବତୀ ଦାସ କହିଛନ୍ତି । ସେହିପରି ଦୁଇ ଦୁଇ ଥର ପାର୍ବତୀଙ୍କ ମାଆ ହେବାର ସୁଯୋଗ ମିଳି ଥିବାରୁ ନିଜକୁ ଧନ୍ୟ ମନେ କରଛନ୍ତି ବୋଲି କନ୍ୟା ମାତା ରୁକୁଣୀ ରଥ କହିଛନ୍ତି । ଅନ୍ୟ ପକ୍ଷରେ ଉତ୍ସବରେ ଯୋଗ ଦେଇଥିବା ଶ୍ରଦ୍ଧାଳୁଙ୍କୁ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରଦ୍ଧାଳୁମାନେ ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ସାମିଲ ହୋଇ ବିବାହ ବେଦିରେ ଯୁଗଳ ମୂର୍ତ୍ତିଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣିବା ସହ ଘସିପୁରାରେ ଏକ ଭାଇଚାରା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଆନନ୍ଦପୁରୁ ସ୍ମୃତି ରଞ୍ଜନ ବିହାରି, ଇଟିଭି ଭାରତ

ABOUT THE AUTHOR

...view details