ଓଡିଶା

odisha

ETV Bharat / state

ବିପଦ ସଂକେତ ତଳେ ବୈତରଣୀ, ଏବେବି 15 ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ - ବୈତରଣୀରେ ବନ୍ୟା

ଆନନ୍ଦପୁରରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୈତରଣୀ । ସେପଟେ ଏବେବି 15 ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ।

ବିପଦ ସଂକେତ ତଳେ ବୈତରଣୀ, ଏବେବି 15 ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ବିପଦ ସଂକେତ ତଳେ ବୈତରଣୀ, ଏବେବି 15 ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

By

Published : Aug 28, 2020, 10:11 AM IST

ଆନନ୍ଦପୁର: ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୈତରଣୀ ନଦୀ। ଆନନ୍ଦପୁରରେ ବିପଦ ସଂକେତ 38.360 ରହିଥିବାବେଳେ ବର୍ତ୍ତମାନ ଏଠାରେ ଜଳସ୍ତର 38.330 ରହିଛି ।

ବିପଦ ସଂକେତ ତଳେ ବୈତରଣୀ, ଏବେବି 15 ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ସେପଟେ ଏବେବି ନଦୀ କୂଳିଆ ଅଞ୍ଚଳ ହାଟଡିହି ବ୍ଲକର ଆୟତପୁର, ହାବଳେଶ୍ବର, ସମଣା, ଆମ୍ବୋ, ପଞ୍ଚଗୋଛିଆ ଓ ସଢଙ୍ଗ ପଞ୍ଚାୟତର ପ୍ରାୟ 15 ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

ପ୍ରଭାବିତ ଗାଁରୁ ପାଖାପାଖି 400 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରୁ କିଛି ଗାଁର ଲୋକଙ୍କୁ ଗତ ବୁଧବାର ରାତିରେ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ କେତେକଙ୍କୁ ଗତକାଲି ସକାଳୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ ପାଇଁ ଅଗ୍ନିଶମ ବିଭାଗ ମଟର ବୋଟର ସହାୟତା ନିଆଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details