ଓଡିଶା

odisha

ETV Bharat / state

ସାବିତ୍ରୀ ବ୍ରତ: କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ 144 ଧାରା ଲାଗୁ - ଆନନ୍ଦପୁର ଉପଖଣ୍ଡରେ 144 ଧାରା ଲାଗୁ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ସାବିତ୍ରୀ ବ୍ରତ ପାଇଁ 144 ଧାରା ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ସାବିତ୍ରୀ ବ୍ରତ: କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ 144 ଧାରା ଲାଗୁ
ସାବିତ୍ରୀ ବ୍ରତ: କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ 144 ଧାରା ଲାଗୁ

By

Published : Jun 10, 2021, 8:54 AM IST

Updated : Jun 10, 2021, 12:14 PM IST

ଆନନ୍ଦପୁର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ଆଜିର ଦିନରେ ସଧବା ନାରୀମାନେ ମନ୍ଦିରକୁ ଯାଇ ନିଜ ସ୍ବାମୀଙ୍କର ଦୀର୍ଘାୟୁ କାମନା କରିଥାନ୍ତି । ଓଡିଆ ଘରର ଏହି ପବିତ୍ର ଦିବସକୁ ଲକ୍ଷ୍ୟ ରଖି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଆଜି(ଗୁରୁବାର)ଠାରୁ 10ତାରିଖରୁ 16ତାରିଖ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି । ସେପଟେ ଭିଡ ଦେଖାଯାଉଥିବା ମନ୍ଦିରରେ ପୋଲିସ ଚଢାଉ କରିଛି ।

ସାବିତ୍ରୀ ବ୍ରତ: କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ 144 ଧାରା ଲାଗୁ

ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀର ଭିଡ କମ କରିବା ପାଇଁ ତଥା ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ଏହି ନିୟମ ଲାଗୁ କରିଛନ୍ତି। ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀରେ ମନ୍ଦିରମାନଙ୍କର ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଉପଖଣ୍ଡର ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ 144 ଧାରା ଜାରି କରିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ।

ଏହି ସମୟରେ କୌଣସି ମନ୍ଦିର ଓ ଧାର୍ମିକ ସ୍ଥଳକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିବା ବେଳେ ଏହାକୁ ସଠିକ୍ ଭାବେ ଲାଗୁ କରିବାକୁ ଉପଖଣ୍ଡର ସମସ୍ତ ଥାନାର ଥାନାଧିକାରୀ, ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଜି ଘସିପୁରା ବ୍ଲକ ନାରଙ୍ଗପୁର ମହେଶ ମନ୍ଦିର ଏବଂ କେଶଦୁରାପାଳ ଜଗନ୍ନାଥ ମନ୍ଦିରରେ ଅନେକ ମହିଳା ସାବିତ୍ରୀ ଓଷା କରୁଥିବା ବେଳେ ଘସିପୁରା ପୋଲିସ ପହଞ୍ଚି ସେମାନଙ୍କୁ ବାରଣ କରିଥିବା ଦେଖିବାକୁ ମିଳିଛି ।

ଏହାକୁ ସଠିକ ଭାବେ ଲାଗୁ କରିବାକୁ ଉପଖଣ୍ଡର ସମସ୍ତ ଥାନାର ଥାନାଧିକାରୀ, ତହସିଲଦାର ଓ ଆନନ୍ଦପୁର ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ସାବିତ୍ରୀ ଅମାବାସ୍ୟା ନିମନ୍ତେ ଫଳ ଆଦି କିଣିବା ପାଇଁ ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଅନେକ ସ୍ଥାନରେ ଲୋକମାନେ କୋରୋନା କଟକଣାକୁ ମାନୁ ନଥିବା ପରିଲକ୍ଷିତ ହୋଇଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Jun 10, 2021, 12:14 PM IST

ABOUT THE AUTHOR

...view details