ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭ୍ୟାନ, 20 ଛାତ୍ରଛାତ୍ରୀ ଆହତ

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଚଣ୍ଡି ବିରଞ୍ଚିପୁର ସେଣ୍ଟଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସ୍କୁଲ ଗାଡ଼ି ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି।

By

Published : Mar 8, 2019, 3:09 AM IST

ଫଟୋ ସୌଜନ୍ୟ- ପ୍ରତିନିିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଚଣ୍ଡି ବିରଞ୍ଚିପୁର ସେଣ୍ଟଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସ୍କୁଲ ଗାଡ଼ି ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ ବୁଧବାର ସକାଳ ପ୍ରାୟ ୭ଟା ୩୦ ସମୟରେ ସ୍କୁଲର ଏକ ଟାଟାମ୍ୟାଜିକ ଗାଡି ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଢେଙ୍କା ଆଡୁ ସ୍କୁଲ ଅଭିମୁଖେ ଯାଉଥିଲା।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଆନନ୍ଦପୁର

ଜମିରା ନିକଟ ରାସ୍ତା କଡରେ ପାଣି ଭର୍ତ୍ତି ଥିବା ଏକ ଖଳାରେ ଗାଡିଟି ପଶିଯାଇଥିଲା। ଫଳରେ ଗାଡିଟି ଓଲଟି ପଡିଥିଲା। ଏଥିରେ ଥିବା ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଆହତ ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ଡାକ୍ତଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details