ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣାରେ ମେକାନିକାଲ ଇଞ୍ଜିନିୟର ମୃତ - MEDICAL

କେନ୍ଦୁଝର ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା, ପ୍ରତିଦିନ ସଡକ ଦୁର୍ଘଟଣାରେ ଜୀବନ ଯାଉଥିବାରୁ ଚିନ୍ତାରେ ଜିଲ୍ଲାବାସୀ । ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିୁଛନ୍ତି ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jul 13, 2019, 12:05 PM IST

କେନ୍ଦୁଝର: ସରକାରଙ୍କ ଅନେକ ନିର୍ଦ୍ଦେଶନାମା, ସ୍ବେଚ୍ଛାସେବୀ ଅନୁଷ୍ଠାନର ବାରମ୍ବାର ସଚେତନତା ସତ୍ତ୍ବେ ସଡକ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ । ଖଣିଜ ସମ୍ପଦ ଭରା ରାଜ୍ୟର କେନ୍ଦୁଝର ଜିଲ୍ଲାରେ ଯେମିତି ସଡକ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।

ଗତ ଶୁକ୍ରବାର ରାତିରେ ପୁଣି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନାମୁତାବକ ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ରାଜପଥ ରେଙ୍ଗାଳବେଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ମୁରୁସୁଆଁ ଗ୍ରାମର ସଂଗ୍ରାମ କେଶରୀ ସାହୁ । ସେ ପଟ୍ଟନାୟକ ଷ୍ଟିଲରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଗତରାତିରେ ସେ ନିଜ କାର୍ଯ୍ୟ ସାରି ଫେରୁଥିବାବେଳେ କୌଣସି ଗାଡି ସହ ଧକ୍କା ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ୪୯ ନମ୍ବର ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ କରୁଛନ୍ତି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details