ଆନନ୍ଦପୁର: ଶିଶୁ ସାହିତ୍ୟକ ସମ୍ମାନରେ ସମ୍ମାନିତ ହେବେ ଶିକ୍ଷକ । 'ବଣ ଦେଉଳରେ ସୁନା ନେଉଳ' ପୁସ୍ତକ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସମ୍ମାନିତ ହେବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ।
କେନ୍ଦ୍ର ସାହିତ୍ୟ ଏକାଡେମୀର ଶିଶୁ ସାହିତ୍ୟକ ସମ୍ମାନରେ ସମ୍ମାନିତ ହେବେ ଶିକ୍ଷକ - Children's Literary Award
କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଶିଶୁ ସାହିତ୍ୟକ ସମ୍ମାନରେ ସମ୍ମାନିତ ହେବେ ଆନନ୍ଦପୁର ଉପଖଣ୍ଡ ଅତାସାହି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକ । ଅଧିକ ପଢନ୍ତୁ...
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅତାସାହି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସାହିତ୍ୟିକ ଡକ୍ତର ରାମଚନ୍ଦ୍ର ନାୟକ ଶିଶୁ ସାହିତ୍ୟକ ସମ୍ମାନରେ ସମ୍ମାନିତ ହେବେ । ଡକ୍ତର ନାୟକ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଶିକ୍ଷକତା ସହିତ ସାହିତ୍ୟ ସାଧନାରେ ଜଡିତ ରହିଛନ୍ତି । ସମ୍ପୃକ୍ତ ପୁସ୍ତକଟିରେ ପରିବେଶ ସୁରକ୍ଷା, ବୃକ୍ଷରୋପଣର ଉପକାରିତା, ନାରୀଜାଗରଣ ଓ ସାହାସିକତା ଉପରେ ଆଧାରିତ ହୋଇଛି । ଏହା ଶିଶୁ ମାନଙ୍କ ମାନସିକ ବିକାଶରେ ବେଶ ସହାୟକ ହୋଇପାରିବ । ଏ ଭଳି ସମ୍ମାନିରେ ସମ୍ମାନିତ ହେବା ପରେ ଗ୍ରାମବାସୀ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି । ଏହା ଯୁବପୀଢିକୁ ମଧ୍ୟ ଉତ୍ସାହ ଯୋଗାଇବା ବୋଲି ଗ୍ରାମବାସୀ କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ