ଓଡିଶା

odisha

ETV Bharat / state

ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣକୁ ସ୍ବାଗତ - କେନ୍ଦୁଝର ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣକୁ ସ୍ବାଗତ

ରାଜ୍ୟ ସରକାର କ୍ୟାବିନେଟରେ ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାକୁ ବିଭିନ୍ନ ସ୍ତରରେ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...

rservation of medical and engineering
ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣକୁ ସ୍ବାଗତ

By

Published : Dec 28, 2020, 10:36 PM IST

କେନ୍ଦୁଝର: ଦିନକୁ ଦିନ ଶିକ୍ଷା ବ୍ୟୟବହୁଳ ହୋଇଗଲାଣି । ଏହା ସାଙ୍ଗକୁ ଶିକ୍ଷାକ୍ଷେତ୍ରରେ ପ୍ରତିଯୋଗିତା ବହୁ ମେଧାବୀ ଛାତ୍ରଛାତ୍ରୀ ପଛରେ ପଡିଯାଉଛନ୍ତି । ଵିଶେଷ କରି ସରକାରୀ ବିଦ୍ୟାଳୟ ଗୁଡିକରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରି ପାରୁନାହାନ୍ତି । ଏସବୁକୁ ଲକ୍ଷ୍ୟ କରି ଓଡିଶା ସରକାର କ୍ୟାବିନେଟରେ ନୂତନ ସଂକଳ୍ପ ଘୋଷଣା କରିଛନ୍ତି ।

ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣକୁ ସ୍ବାଗତ

ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡାକ୍ତରୀ କିମ୍ବା ଟେକନିକାଲ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାକୁ ବିଭିନ୍ନ ସ୍ଥରରେ ସ୍ବାଗତ କରାଯାଇଛି । ଏନେଇ ସ୍ଥାନୀୟ ମୋଚିବନ୍ଧ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।। ବିଦ୍ୟାଳୟର ଶିକ୍ଷକ ,ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାକୁ ସ୍ବାଗତ କରିବା ସହ ସରକାରୀ ବିଦ୍ୟାଳୟ ପ୍ରତି ନୂତନ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଏହି ଯୋଜନା ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details