କେନ୍ଦୁଝର: କେନ୍ଦୁଝରରେ ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ବିଶାଳ ଜନଜାଗରଣ ରାଲି ଅନୁଷ୍ଠିତ ହୋଇଛି । ଭାରତୀୟ ଜନତା ପାର୍ଟି କେନ୍ଦୁଝର ଶାଖାର ଆହ୍ବାନ କ୍ରମେ ମଙ୍ଗଳବାର ଦିନ ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ବିଶାଳ ରାଲି ଅନୁଷ୍ଠିତ ହୋଇଛି ।
କେନ୍ଦୁଝର କାଲିପଡ଼ିଆ ଠାରୁ ଏହି ରାଲି ବାହାରି ଟେଲିଫୋନ ଛକ ଦେଇ କୋର୍ଟ ଛକ, ଲବଣ୍ୟ ଛକ, ମାଇନିଂ ଛକ, ସିରାଜୁଦ୍ଦିନ ଛକ ଓ ଗାନ୍ଧୀ ଛକ ପରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା । କାର୍ଯ୍ୟାଳୟ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ହୋଇଥିଲା । ଏଥିରେ ବିଭିନ୍ନ ବକ୍ତାମାନେ ସିଏଏ ସପକ୍ଷରେ ମତଦେଇ ବିରୋଧୀ କଂଗ୍ରେସ ସମେତ ବିଭିନ୍ନ ଦଳମାନେ ସଂଶୋଧନ ନାଗରିକତା ଅଧିନିୟମର କିପରି ବିରୋଧ କରୁଛନ୍ତି ଏବଂ ଅନ୍ୟାନ୍ୟ ଦିଗ ଉପରେ ମତ ଦେଇଥିଲେ ।