ଓଡିଶା

odisha

ETV Bharat / state

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

କେଏନ ରାମ ଖଣି କମ୍ପାନୀର ବଡ଼ବିଲ ନୂଆ ବସଷ୍ଟାଣ୍ଡ୍ ପାଖ କାର୍ଯ୍ୟାଳୟ ଏବଂ ମେନ୍ ରୋଡ୍ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ାଉ କରିଛି । ଅଧିକ ପଢନ୍ତୁ...

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

By

Published : Jan 19, 2021, 8:21 PM IST

କେନ୍ଦୁଝର: କେଏନ ରାମ ଖଣି କମ୍ପାନୀରେ ଆୟକର ବିଭାଗ ଚଢ଼ାଉ କରିଛି । କମ୍ପାନୀର ବଡ଼ବିଲ ନୂଆ ବସଷ୍ଟାଣ୍ଡ୍ ପାଖ କାର୍ଯ୍ୟାଳୟ ଏବଂ ମେନ୍ ରୋଡ୍ ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ ।

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

ମଙ୍ଗଳବାର ଆୟକର ବିଭାଗର ଅଧିକାରୀମାନେ କମ୍ପାନୀର ବିଭିନ୍ନ ଆୟ ବ୍ୟୟ ଓ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ କମ୍ପୁଟର ଡାଟାକୁ ମଧ୍ୟ ଯାଞ୍ଚ କରୁଥିବା ସୂଚନା ମିଳିଛି । ଅନ୍ୟପଟେ ଆୟକର ବିଭାଗ କମ୍ପାନୀର ଦେଣନେଣ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ବ୍ୟାଙ୍କ୍ ଟ୍ରାଂଜାକ୍ସନର ତାଳମେଳକୁ ମଧ୍ୟ ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି ।

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ଆୟକର ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ଏବାବଦରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କମ୍ପାନୀର କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକମାନଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ଏନେଇ କେଏନ ରାମ ଖଣି କମ୍ପାନୀ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ
କେଏନ ରାମ ଖଣି କମ୍ପାନୀରେ ଆୟକର ଚଢାଉ

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details