ଓଡିଶା

odisha

ETV Bharat / state

ସଚେତନତା ପରେ ବି ଶୁଣୁନାହାଁନ୍ତି ଅମାନିଆ, ପୋଲିସର ଜୋରଦାର ଚଢାଉ

ରାଜ୍ୟ ସରକାର ଲକଡାଉନ ମେ ୧୯ ତାରିଖ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଦୁଇ ଦିନର ସଟଡାଉନ ପରେ ଆଜି ସମସ୍ତ ଆବଶ୍ୟକୀୟ ଦୋକାନ ବଜାର ଖୋଲିଛି । ଅଧିକ ପଢନ୍ତୁ...

By

Published : May 10, 2021, 9:56 AM IST

ସଚେତନତା ପରେ ବି ଶୁଣୁନାହାଁନ୍ତି ଅମାନିଆ, ପୋଲିସର ଜୋରଦାର ଚଢାଉ
ସଚେତନତା ପରେ ବି ଶୁଣୁନାହାଁନ୍ତି ଅମାନିଆ, ପୋଲିସର ଜୋରଦାର ଚଢାଉ

କେନ୍ଦୁଝର: କୋରୋନାର ଦ୍ବିତୀୟ ଲହର ଜାରି ରହିଛି । ଏନେଇ ରାଜ୍ୟ ସରକାର ଲକଡାଉନ ମେ ୧୯ ତାରିଖ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଦୁଇ ଦିନର ସଟଡାଉନ ପରେ ଆଜି ସମସ୍ତ ଆବଶ୍ୟକୀୟ ଦୋକାନ ବଜାର ଖୋଲିଛି । ସରକାର ନିକଟସ୍ଥ ଦୋକାନ ବଜାରକୁ ଚାଲିଚାଲି ଯିବା ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି ମାତ୍ର କିଛି ଅମାନିଆ ଏହି ନିୟମକୁ ଭଙ୍ଗ କରି ସହରରେ ଅତ୍ୟାବଶ୍ୟକୀୟ ଜିନିଷ କିଣିବାକୁ ବାଇକ ଓ କାର ଧରି ବୁଲୁଛନ୍ତି ।

ସଚେତନତା ପରେ ବି ଶୁଣୁନାହାଁନ୍ତି ଅମାନିଆ, ପୋଲିସର ଜୋରଦାର ଚଢାଉ

ଆଜି(ସୋମବାର) ସକାଳୁ ସ୍ଥାନୀୟ କୃଷକ ବଜାର ପରିସରରେ ଅମାନିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଟାଉନ ଥାନା ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା । ଏହାସହ ଜିମରେ ମଧ୍ୟ ଚଢାଉ କରିଥିଲା ପୋଲିସ । ଟାଉନ ଥାନା ଅଧିକାରିଣୀ ପ୍ରମୋଦିନି ସାହୁଙ୍କ ନେତୃତ୍ବରେ ଏହି ଚଡାଉ କରାଯାଇ ଗାଡି ଗୁଡିକୁ ଜବତ କରାଯାଇ ଥାନାକୁ ଅଣାଯାଇଥିଲା । କୃଷକ ଓ ବ୍ୟବସାୟୀଙ୍କ ଗାଡିକୁ ଛାଡି ଅନ୍ୟ ସମସ୍ତଙ୍କ ଗାଡି ଜବତ କରାଯାଇଥିଲା । ଅମାନିଆଙ୍କ ଉପରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଟାଉନ ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details