କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଖଣି ଓ ଇସ୍ପାତ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ପ୍ରଫୁଲ୍ଲ ମଲ୍ଲିକ । ଗତ ଗୁରୁବାର ମନ୍ତ୍ରୀ ଏହି ଗ୍ରସ୍ତରେ ଆସି ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିବହନ ବ୍ୟବସ୍ଥା ନେଇ ଯୋଡ଼ା ଠାରେ ସମୀକ୍ଷା କରିଥିଲେ । ତେବେ ଶୁକ୍ରବାର ଏହି ଗ୍ରସ୍ତର ଦ୍ବିତୀୟ ଦିନରେ ମନ୍ତ୍ରୀ ଜିଲ୍ଲାପାଳଙ୍କ ଦରବାର ହଲରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ଼ର ବୈଠକରେ ସାମିଲ ହୋଇ ଜିଲ୍ଲାରେ ବିଭିନ୍ନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ଏହି ବୈଠକରେ ମନ୍ତ୍ରୀ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ରାସ୍ତା, ପାଣି ପ୍ରକଳ୍ପ, ବିଜୁଳି, ଗୃହ ଆଦିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଜିଲ୍ଲାକୁ କିପରି ଅଗ୍ରଣୀ ଜିଲ୍ଲାରେ ପରିଣତ କରିହେବ ସେ ନେଇ ଅଧିକ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।