ଓଡିଶା

odisha

ETV Bharat / state

ତହସିଲରେ ମିଳୁନି ସାର୍ଟିଫିକେଟ, ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟରେ କାମ ସଠିକ ଭାବରେ ହେଉ ନାହିଁ । ଫଳରେ ଜିଲ୍ଲାବାସୀ କ୍ଷୁବ୍ଧ ହୋଇ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି ।

By

Published : Jun 17, 2019, 5:41 PM IST

Updated : Jun 17, 2019, 9:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଦଶମ ଶ୍ରେଣୀରୁ ଯୁକ୍ତ ତିନି ପର୍ଯ୍ୟନ୍ତ ସବୁ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦୁଝରରେ ପରୀକ୍ଷାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପାଇଁ ଜାତି ସାର୍ଟିଫିକେଟ ସହିତ ବିଭିନ୍ନ ସାର୍ଟିଫିକେଟର ଆବଶ୍ୟକତା ରହିଛି । ହେଲେ ଏହି ସାର୍ଟିଫିକେଟ ପାଇବାକୁ ଆରଆଇ ଅଫିସରୁ ତହସିଲ ଦୌଡ଼ି ଦୌଡ଼ି ଜିଲ୍ଲାବାସୀ ନୟାନ୍ତ ହେଉଛନ୍ତି । ଏହାସହ କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟରେ କାମ ସଠିକ ଭାବରେ ହେଉ ନାହିଁ । ଫଳରେ ଅଞ୍ଚଳବାସୀ କ୍ଷୁବ୍ଧ ହୋଇ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଆଜି ଶତାଧିକ ଲୋକ ତହସିଲରେ କାର୍ଯ୍ୟ ସଠିକ ଭାବେ ହେଉ ନ ଥିବା ଅଭିଯୋଗ କରି ତହସିଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ କାମ ନହେବାର କାରଣ ମଧ୍ୟ ଅତିରିକ୍ତ ତହସିଲଦାରଙ୍କୁ ପଚାରିଥିଲେ । କିନ୍ତୁ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ଅଧିକାରୀ ଏହାର ଉତ୍ତର ଦେବେ ବୋଲି କହି ଚାଲିଯାଇଥିଲେ । ତେବେ ଉପଜିଲ୍ଲାପାଳ ସମସ୍ତଙ୍କ ସାର୍ଟିଫିକେଟ ଠିକ ସମୟରେ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jun 17, 2019, 9:38 PM IST

ABOUT THE AUTHOR

...view details