କେନ୍ଦୁଝର: କେନ୍ଦ୍ର ସରକାର ୨୦୦୬ ମସିହାରେ ଜଙ୍ଗଲ ଜମି ଅଧିକାର ଆଇନ ପ୍ରଣୟନ କଲେ । ଏହି ଆଇନ ଅନୁଯାୟୀ ସମସ୍ତ ଆଦିବାସୀ ଓ ଅଣ ଆଦିବାସୀ ଯେଉଁମାନେ ଜଙ୍ଗଲ ଜମିରେ ବସବାସ କରୁଛନ୍ତି ସଠିକ ପ୍ରମାଣ ପତ୍ର ପ୍ରଦାନ କଲେ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଆଉ ଏହି ନିୟମ ଅନୁସାରେ ଜମିପଟ୍ଟା ମଧ୍ୟ ପ୍ରଦାନ କରାଗଲା, ଆଉ ଯେଉଁମାନେ ରହିଗଲେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ଯଥାଶୀଘ୍ର ସମାଧାନ ପାଇଁ ଆଦେଶ ଦେଇଛନ୍ତି ସରକାର ।
ଏଥିପାଇଁ ଆଜି କେନ୍ଦୁଝରର ବିଭିନ୍ନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଙ୍ଗଲ ଜମି ଅଧିକାର ଜନଶୁଣାଣୀ ପାଇଁ ନୋଟିସ ପାଇଥିବା ହିତାଧିକାରୀଙ୍କ ଭିଡ଼ ଜମିଥିଲା । କିନ୍ତୁ ଏହି ଜନଶୁଣାଣୀରେ କେବଳ ଖାଲି ଫର୍ମରେ ଦସ୍ତଖତ କରାଯିବା ସହ ତାଙ୍କ କଥା କିଏ କିଛି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ତେବେ ବାପ ଅଜା ଅମଳର ଅଧିକାର ଆସୁଥିବା ଜଙ୍ଗଲ ଜମି ହାତରୁ ଚାଲିଯିବା ଭୟ ସମସ୍ତଙ୍କୁ ଘାରିଛି ।