ଓଡିଶା

odisha

ଠିଆ ହୋଇଥିବା ଟ୍ରକରେ ଲାଗିଲା ନିଆଁ

By

Published : Mar 1, 2021, 10:32 PM IST

କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଗୁରୁଦ୍ୱାର ନିକଟରେ ଛିଡା ହୋଇଥିବା ଏକ ଟ୍ରକରେ ନିଆଁ ଲାଗି ଯାଇଛି । ସୂଚନା ଅନୁଯାୟୀ ଶଙ୍କରପୁର ଗୁରୁଦ୍ୱାର ନିକଟରେ କିଛିଦିନ ହେବ ଟ୍ରକଟି ଛିଡା ହୋଇଥିଲା । ଅଧିକ ପଢନ୍ତୁ...

ଠିଆ ହୋଇଥିବା ଟ୍ରକରେ ଲାଗିଲା ନିଆଁ, ବିିଶେଷ କ୍ଷୟକ୍ଷତି ହୋଇନାହିଁ
ଠିଆ ହୋଇଥିବା ଟ୍ରକରେ ଲାଗିଲା ନିଆଁ, ବିିଶେଷ କ୍ଷୟକ୍ଷତି ହୋଇନାହିଁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଗୁରୁଦ୍ୱାର ନିକଟରେ ଛିଡା ହୋଇଥିବା ଏକ ଟ୍ରକରେ ନିଆଁ ଲାଗି ଯାଇଛି । ସୂଚନା ଅନୁଯାୟୀ ଶଙ୍କରପୁର ଗୁରୁଦ୍ୱାର ନିକଟରେ କିଛିଦିନ ହେବ ଟ୍ରକଟି ଛିଡା ହୋଇଥିଲା ।

ଠିଆ ହୋଇଥିବା ଟ୍ରକରେ ଲାଗିଲା ନିଆଁ, ବିିଶେଷ କ୍ଷୟକ୍ଷତି ହୋଇନାହିଁ

ଆଜି ମଧ୍ୟାହ୍ନ ସମୟରେ ରାସ୍ତା କଡରେ ଥିବା ଅଳିଆ ଗଦାରେ ଲାଗିଥିବା ନିଆଁ ସିଧା ଟ୍ରକରେ ଲାଗିଯାଇଥିଲା । ଗୁରୁଦ୍ୱାରରେ ଥିବା ଲୋକେ ଏହାଦେଖି ଦମକଳ ବାହିନୀକୁ ଜଣାଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକର ପଛ ଚାରୋଟି ଚକ ପୋଡି ଯାଇଥିବା ବେଳେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details