ଓଡିଶା

odisha

ETV Bharat / state

ଆନନ୍ଦପୁରରେ ପଖାଳ ଦିବସ: 6 ତିଅଣ ସାଙ୍ଗକୁ ନଅ ଭଜା, ଆହା କି ମଜା... - pakhala divasa celebration

ଓଡିଆ ସଂସ୍କୃତିର ପରିଚୟ ବହନ କରୁଥିବା ପଖାଳର ରହିଛି ଅନେକ ମହତ୍ତ୍ବ । ସେହିପରି ଆନନ୍ଦପୁରର ପଖାଳ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ଆନନ୍ଦପୁରର ପଖାଳ, ରହିଛି ନିଆରା କିମ୍ବଦନ୍ତ୍ରୀ
ଆନନ୍ଦପୁରର ପଖାଳ, ରହିଛି ନିଆରା କିମ୍ବଦନ୍ତ୍ରୀ

By

Published : Mar 20, 2021, 8:38 PM IST

ଆନନ୍ଦପୁର: ସବୁ ଓଡିଆଙ୍କ ପ୍ରିୟ ପଖାଳ । ଓଡିଆ ସଂସ୍କୃତିର ପରିଚୟ ବହନ କରୁଥିବା ପଖାଳର ରହିଛି ଅନେକ ମହତ୍ତ୍ବ । ଧନୀଠୁ ଗରିବ, ସଭିଁଙ୍କ ଘରେ ରହିଛି ପଖାଳ ଚାହିଦା । ସଜ ପଖାଳ ହେଉ ଅବା ବାସି ପଖାଳ, ତାହାର ସ୍ବାଦ ନିଆରା । ପଖାଳ ସହିତ ଦହି, ଆମ୍ବ କସିଆ ଅଦା, ଶାଗ ଭଜା, ବଡିଚୁରା ଓ ଆଳୁ ଭର୍ତ୍ତା ହେଲେ ପଖାଳର ମଜା ଦ୍ବିଗୁଣିତ ହୋଇଯାଏ । ସେହିପରି ଦିନସାରା ଜମିରେ କଠିନ ପରିଶ୍ରମ କରି ଚାଷୀ ମୁଠାଏ ପଖାଳ ଖାଇଲେ ତାକୁ ଶାନ୍ତି ମିଳିଥାଏ । ପଖାଳ ସହ ୬ ତିଅଣ ୯ ଭଜାର ଆବଶ୍ୟକତା ନଥାଏ । ଏଣୁ ଆଜି ବିଶ୍ବ ପଖାଳ ଦିବସ ଅବସରରେ ଓଡିଶାର ପ୍ରତିଟି ଘରେ ଆସର ଜମାଇଛି ପଖାଳ କଂସା । ସେଥିରୁ ବାଦ୍ ପଡିନି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ।

ଆନନ୍ଦପୁରର ପଖାଳ, ରହିଛି ନିଆରା କିମ୍ବଦନ୍ତ୍ରୀ

ଆନନ୍ଦପୁରର ପଖାଳ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଲୋକକଥା ରହିଛି, କେନ୍ଦୁଝର ରାଜା ନଗର ପରିକ୍ରମା କରିବାକୁ ଆସିଥିବାବେଳେ ଚାଷୀ ଘରେ ପଖାଳ ତୋରାଣି ପିଇ ନିଜ ଶୋଷ ମେଣ୍ଟାଇ ଥିଲେ । ରାଜା ତୋରାଣି ପିଇଥିବାରୁ ସେ ଗାଁର ନାମ ତୋରାଣିଆପାଳ ଏବଂ ଆନନ୍ଦ ପାଇଥିବାରୁ ଏ ଅଞ୍ଚଳକୁ ଆନନ୍ଦପୁର ଆଖ୍ୟା ଦେଇଥିଲେ । ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତା ପ୍ରଭାବରେ ପଖାଳ ପ୍ରତି ବିମୁଖ ହୋଇ ଫାଷ୍ଟଫୁଡ଼ରେ ଆଗ୍ରହ ଦେଖାଯାଉଛି । ତେବେ ପଖାଳରେ ଥିବା ଇଷ୍ଟ ଅଂଶରେ ଶରୀର ପାଚନ କ୍ରିୟା ବଢାଇବାରେ ସହାୟକ ହୋଇଥାଏ ଏବଂ ଏହା ପ୍ରାକୃତିକ ଶକ୍ତି ବର୍ଦ୍ଧକ ବୋଲି ମତ ଦେଇଛନ୍ତି ଡାକ୍ତରମାନେ।

ପଖାଳର ଉପାଦେୟତା ତଥା ଏହାକୁ ଅଧିକ ଆପଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହେଉଛି ପଖାଳ ଦିବସ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details