ଓଡିଶା

odisha

ETV Bharat / state

ବଳଦ କିଣାବିକାକୁ ନେଇ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ବଳଦ କିଣାବିକାକୁ ନେଇ ଗ୍ରାମର ଏକ ବୃଦ୍ଧଙ୍କୁ(କାଦେ ମାଝୀ) ସେହି ଗ୍ରାମର କିଛି ଲୋକ ପିଟିପିଟି ହତ୍ୟା କରିଥିବା ମୃତକଙ୍କ ପୁଅ ଫାଗୁ ମାଝୀ ଅଭିଯୋଗ କରିଛନ୍ତି ।

By

Published : Jul 27, 2019, 11:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲା ପାଟଣା ଥାନା ଫୁଲପାହାଡଇ ଗ୍ରାମର ଭାଲୁଘରା ସାହିରେ ଅଭାବନୀୟ ଘଟଣା । ଗ୍ରାମର କାଦେ ମାଝୀ ନାମକ ଏକ ବୃଦ୍ଧଙ୍କୁ ସେହି ଗ୍ରାମର କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି । ଏ ନେଇ ମୃତକଙ୍କ ପୁଅ ଫାଗୁ ମାଝୀ ଅଭିଯୋଗ କରିଛନ୍ତି ।

ତେବେ ଏକ ବଳଦ କିଣାବିକାକୁ ନେଇ ଗ୍ରାମରେ ଗୁରୁବାରରେ ରାତିରେ ସଭା ବସିଥିଲା । ବଳଦକୁ ନେଇ କାଦେଙ୍କୁ ଗ୍ରାମବାସୀ ଟଙ୍କା ମାଗିଥିଲେ । ଗ୍ରାମବାସୀଙ୍କ ସର୍ତ୍ତ ମୁତାବକ 16 ହଜାର ଟଙ୍କା ମାଗିଥିଲେ । ମାତ୍ର ସେ 8 ହଜାର ଟଙ୍କା ଦେଇଥିଲେ । ଯାହାକୁ ନେଇ ଗ୍ରାମରେ ଏକ ସଭା ବସିଥିଲା । ଆଉ ସଭା ପରେ ତାଙ୍କୁ ପିଟି ପିଟି ହତ୍ୟା କରି ଘର ପାଖରେ ପକାଇ ଦେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସକାଳୁ ଘର ଲୋକେ ତାଙ୍କ ମୃତଦେହକୁ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details