କେନ୍ଦୁଝର: ବଡ଼ବିଲଠାରେ ଟ୍ରେନ ଧକ୍କାରେ ଜଣେ ଯୁବତୀ ଗୁରୁତର । ଗୁରୁତର ଯୁବତୀ ଗାଡ଼ା ହାଟିଙ୍ଗ ଅଞ୍ଚଳର ଜାନକୀ ବିରୁଆ ବୋଲି ଜଣାପଡିଛି ।
ଟ୍ରେନ ଧକ୍କାରେ ଯୁବତୀ ଗୁରୁତର
ଆସାବଧନତାରୁ ଅଘଟଣ । ଲେବୁଲ କ୍ରସିଂ ବନ୍ଦ ରହିଥିବାବେଳେ ଫାଟକ ପାର ହେଉଥିବା ଜଣେ ଯୁବତୀ ଟ୍ରେନ ଧକ୍କାରେ ଗୁରୁତର ଆହତ ।
ଫଟୋ ସୌଜନ୍ଯ: ସମ୍ବାଦଦାତା,କେନ୍ଦୁଝର
ସୂଚନା ଅନୁଯାୟୀ ମ୍ୟୁନିସିପାଲିଟି ଛକ ଲେବୁଲ କ୍ରସିଂରେ ଫାଟକ ବନ୍ଦ ରହିଥିବା ସମୟରେ, ପାର କରିବାକୁ ଉଦ୍ୟମ କରୁଥିବା ସମୟରେ ଧକ୍କା ଦେଇଥିଲା ପୁରୀ-ରାଉରକେଲା ଇଣ୍ଟରସିଟି ଟ୍ରେନ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବତୀ କେନ୍ଦୁଝର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି ।
କେନ୍ଦୁଝର ସନ୍ତୋଷ ମହାପାତ୍ର, ଇଟିଭି ଭାରତ