ଓଡିଶା

odisha

ETV Bharat / state

ଖବରକାଗଜ ପାଇଁ ଯିବାକୁ ପଡେ 10କିମି, ଜାଣନ୍ତୁ ଓଏଏସ ଅପୂର୍ବଙ୍କ କାହାଣୀ - ଆନନ୍ଦପୁର

ତୁଳସୀ ଦୁଇ ପତ୍ରରୁ ବାସିବା ପରି ଛୋଟ ବେଳୁ ଥିଲା ଜନସେବା କାମ ଏବଂ ଗ୍ରାମର ବିଭିନ୍ନ ସମସ୍ୟା ପାଇଁ ପଦକ୍ଷେପ ନେବା । ଆଉ ସେହି ସ୍ବପ୍ନ ସେହି ସଂକଳ୍ପ ଆଜି ପୁରା ହୋଇଛି। ଆସନ୍ତୁ ଦେଖିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ଅପୂର୍ବ ରଞ୍ଜନ ଆଇଚଙ୍କ ସଫଳତାର କାହାଣୀ...

ଚାକିରୀକୁ ତୁଚ୍ଛ କରି ଲୋକଙ୍କ ସେବାରେ ଲାଗିବେ ଓଏଏସ ଅପୂର୍ବ ରଞ୍ଜନ
ଚାକିରୀକୁ ତୁଚ୍ଛ କରି ଲୋକଙ୍କ ସେବାରେ ଲାଗିବେ ଓଏଏସ ଅପୂର୍ବ ରଞ୍ଜନ

By

Published : Jan 9, 2020, 4:56 PM IST

Updated : Jan 9, 2020, 7:14 PM IST

ଆନନ୍ଦପୁର: ତୁଳସୀ ଦୁଇ ପତ୍ରରୁ ବାସିବା ପରି ଛୋଟ ବେଳୁ ଥିଲା ଜନସେବା କାମ ଏବଂ ଗ୍ରାମର ବିଭିନ୍ନ ସମସ୍ୟା ପାଇଁ ପଦକ୍ଷେପ ନେବା । ଆଉ ସେହି ସ୍ବପ୍ନ ସେହି ସଂକଳ୍ପ ଆଜି ପୁରା ହୋଇଛି। ଛୋଟବେଳୁ ଭଲ ପଢିବା ସହ ଟାଟା କମ୍ପାନୀରେ ଚାକିରୀ ବି ମିଳିଥିଲା । ଦରମା ବି ଭଲ ମିଳୁଥିଲା, ହେଲେ ଆତ୍ମସନ୍ତୋଷ ନମିଳିବାରୁ ଚାକିରୀ ଛାଡି ଚାଲିଆସିଥିଲେ ଗାଁ କୁ । ଆଉ ଘରେ ରହି ଓଏଏସ ପାଇଁ ପ୍ରସ୍ତୁତ ହୋଇଥିଲେ । କେବଳ ସେତିକି ନୁହେଁ ପ୍ରଥମ ଥରରେ ହିଁ ସଫଳତା ପାଇଁ ଏବେ ସେ ଚର୍ଚ୍ଚାରେ । ଆସନ୍ତୁ ଦେଖିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ଅପୂର୍ବ ରଞ୍ଜନ ଆଇଚଙ୍କ ସଫଳତାର କାହାଣୀ।

ଖବରକାଗଜ ପାଇଁ ଯିବାକୁ ପଡେ 10କିମି, ଜାଣନ୍ତୁ ଓଏଏସ ଅପୂର୍ବ ରଞ୍ଜନଙ୍କ କାହାଣୀ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀ ଗ୍ରାମର ଅପୂର୍ବ ରଞ୍ଜନ ଆଇଚ। ବାପା ଶୁଭେନ୍ଦୁ କୁମାର ଜଣେ ଚାଷୀ । ଦୁଇ ଭାଇ ଭଉଣୀଙ୍କ ସହ ବାପା ମା ଏବଂ ୯୫ ବର୍ଷିୟ ବୁଢ଼ୀ ମାଙ୍କୁ ନେଇ ତାଙ୍କର ମଧ୍ୟବିତ୍ତ ପରିବାର। ବାପାଙ୍କୁ ଚାଷ କାମରେ ଦୁଇ ଭାଇ ମଧ୍ୟ ତାଙ୍କୁ ସାହାଯ୍ୟ କରିଥାନ୍ତି । ଖାଲି ଏତିକି ନୁହେଁ ଅପୂର୍ବ ରଞ୍ଜନ ପିଲାଟି ବେଳୁ ଜଣେ ମେଧାବୀ ଛାତ୍ର ଥିଲେ । ଟାଟା କମ୍ପାନୀରେ ଚାକିରୀ ପାଇଥିଲେ । ହେଲେ ଲୋକଙ୍କ ସେବା କରିବା ନିଶା ତାଙ୍କୁ ବେଶି ଦିନ ବାନ୍ଧି ପାରିନଥିଲା । ଯାହା ଫଳରେ ଚାକିରୀ ଛାଡି ଗାଁ ରେ ରହି ଓଏଏସ ପାଇଁ ପ୍ରସ୍ତୁତ ହୋଇଥିଲେ। ଆଉ ପ୍ରଥମ ଥରରେ କୃତକାର୍ଯ୍ୟ ହୋଇ ଗାଁକୁ ଗୌରବ ଆଣିଛନ୍ତି ଅପୂର୍ବ ।

ବହୁ ବାଧାବିଘ୍ନ ସାମ୍ନା କରିଛନ୍ତି ଅପୂର୍ବ । ଗାଁ କୁ ଖବର କାଗଜ ଆସେ ନାହିଁ ଯାହାଫଳରେ ସେହି ଦିନ ଖବର କାଗଜ ପଢିବା ପାଇଁ ଯିବାକୁ ପଡେ ୧୦ କଲୋମିଟର। ହେଲେ ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ସଫଳତା ପାଇଛନ୍ତି ଅପୂର୍ବ। ଦିନକୁ ୮ ରୁ ୧୦ ଘଣ୍ଟା ପାଠ ପଢି ସଫଳତା ମିଳିବା ସହ ତାଙ୍କ ଉପରେ ବାପା ମାଆ ଓ ଭଗବାନଙ୍କ ଆଶୀର୍ବାଦ ରହିଛି ଓ ଲୋକଙ୍କ ସେବା ସେବା ପାଇଁ ସଦାସର୍ବଦା ଚେଷ୍ଟିତ ବୋଲି ଅପୂର୍ବଙ୍କ ବାପା ମାଆ କହିଛନ୍ତି ।

ଚାକିରୀ ଆଗରେ ଫିକା ପଡିଲା ଲୋକଙ୍କ ସେବାର ଝୁଙ୍କ ମନୋବଳ । ଦୃଢ଼ ଇଚ୍ଛାଶକ୍ତି ଏବଂ ଏକାଗ୍ରତା ଥିଲେ ନିଶ୍ଚୟ ଭାବେ ସଫଳତା ମିଳିବ ବୋଲି ପ୍ରମାଣ କରି ଦେଖାଇଛନ୍ତି ଅପୂର୍ବ ରଞ୍ଜନ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Jan 9, 2020, 7:14 PM IST

ABOUT THE AUTHOR

...view details