କେନ୍ଦୁଝର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ସାରିଛି । ନାମାଙ୍କନ ପାଇଁ ଆଉ ଦିନେ ଥିବା ବେଳେ ସମସ୍ତ ଦଳ କସରତ ଜାରି ରଖିଛନ୍ତି । ବିଜେଡି, ବିଜେପି, କଂଗ୍ରେସ ସହ କିଛି ସ୍ୱାଧୀନ ଜିଲ୍ଲା ପରିଷଦ ସଦସ୍ୟ ନିଜ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ।
କେନ୍ଦୁଝର ଜିଲ୍ଲାରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ନିର୍ଵାଚନୀ ଲଢେଇ ଜୋରଦାର ହେବା ଆଶା କରାଯାଉଛି । ଏହି ଆଶାକୁ ଆହୁରି ଜୋର କରିଛି ଗୋଟିଏ ପରିବାରର ଦୁଇ ଭାଇ ଭିନ୍ନ ଦଳରୁ ପାର୍ଥିପତ୍ର ଦାଖଲ କରିଛନ୍ତି । ବାଂଶପାଳ ବ୍ଲକ ୨୫ ନମ୍ବର ଜୋନ ପାଇଁ ଦୁଇ ଭାଇ ଗୁରୁବାର ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ବଡ଼ ଭାଇ ଅରୁଣ ବାରିକ ଓ ବିଜେପି ପକ୍ଷରୁ ସାନ ଭାଇ ରଞ୍ଜିତ ବାରିକ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।