ଓଡିଶା

odisha

ETV Bharat / state

ନିର୍ବାଚନୀ ଲଢେଇ: ଘସିପୁରା ଆସନରୁ ନାମାଙ୍କନ ଦାଖଲ କଲେ 2 ହେବିୱେଟ ନେତା

ନାମାଙ୍କନ ଦାଖଲ କଲେ ବିଜେଡି ଓ କଂଗ୍ରେସର 2 ହେବିୱେଟ ନେତା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଶାଳ ଶୋଭାଯାତ୍ରା ସହ ଆସି ନାମାଙ୍କନ ଦାଖଲ କରିଛନ୍ତି ।

By

Published : Apr 2, 2019, 10:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ନାମାଙ୍କନ ଦାଖଲ ବେଳେ ସମସ୍ତ ଦଳର ପ୍ରାର୍ଥୀ ନିଜ ନିଜ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଥିଲା ଜନସମୁଦ୍ର । ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର 2 ଜଣ ହେବିୱେଟ ନେତାଙ୍କ ସହ ଅନ୍ୟ 2 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲ ପରେ ଜିଲ୍ଲାର ବିକାଶ ଦିଗରେ ଆଉ ଏକ ଇନିଂଶ ଆରମ୍ଭ ହେବାକୁ ଯାଉଥିବା କହିଥିଲେ ମନ୍ତ୍ରୀ ପାତ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଅପରପକ୍ଷେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଥିଲେ । ଏଥିସହ ନିରଞ୍ଜନ ପଟ୍ଟନାୟକ ବଦ୍ରିପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଏଠାରେ ନିର୍ବାଚନ ଲଢୁଥିବାରୁ ତାଙ୍କ ପ୍ରତି ସେ ଦୟା କରିନଥିବା କହିଥିଲେ । ଯଦି ଘସିପୁରା ନିର୍ବାଚନ ମଣ୍ଡଳୀର ଭୋଟରମାନେ ଶାନ୍ତି ଓ ନ୍ୟାୟ ଚାହୁଁଛନ୍ତି ତେବେ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ସେ କହିଥିଲେ ।

ପରେ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ କୁଅଁର ଓ କଳିଙ୍ଗ ସେନାର ଜଗବନ୍ଧୁ ମହାନ୍ତ ମଧ୍ୟ ଆଜି ଘସିପୁରା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details