ଆନନ୍ଦପୁର: ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ପାଳନ କରିଥାନ୍ତି ୧୨ ମାସରେ ୧୩ ପରବ। ତନୁଧ୍ୟରୁ ଅନ୍ୟତମ ନିଆରା ପର୍ବ ହେଉଛି ଘଷିପୁରା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ନିଆରା ନନ୍ଦ ଉତ୍ସବ।
ଜନ୍ମାଷ୍ଟମୀ ଉତ୍ସବକୁ ବଡ଼ ଧୁମଧାମରେ ସାରା ଦେଶ ପାଳନ କରିସାରିଥିବା ବେଳେ ଏହାର ପରଦିନ ପାଳନ କରାଯାଇଥାଏ ନନ୍ଦ ଉତ୍ସବ ।
ତେବେ ଏହି ନନ୍ଦ ଉତ୍ସବକୁ ମଙ୍ଗଳପୁର ଗ୍ରାମରେ ବେଶ ଧୁମଧାମର ସହ ପାଳନ କରାଯାଇଛି । ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣ କଥାବୃତ ଅନୁସାରେ ପରମ୍ପରାକୁ ବଜାୟ ରଖିବା ପାଇଁ ମଙ୍ଗଳପୁର ଗ୍ରାମବାସୀ ମାନେ ଏହି ପର୍ବ ପାଳନ କରିଆସୁଛନ୍ତି । ଏହାଛଡା ଏହି ପର୍ବ ପାଳନ ଦ୍ବାରା ଗ୍ରାମର ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଫଳନର ଭାଇଚାର ସୃଦୃଢ ରହିଥାଏ ବୋଲି ବିଶ୍ବାସ ରହିଛି।