ଓଡିଶା

odisha

ETV Bharat / state

କେନ୍ଦୁଝର ରେଞ୍ଜରେ 10ରୁ ଊର୍ଦ୍ଧ୍ବ ହାତୀଙ୍କ ଉତ୍ପାତ, ଲୋକେ ଆତଙ୍କିତ

କେନ୍ଦୁଝର ସହର ନିକଟରେ ଦଶରୁ ଊର୍ଦ୍ଧ୍ବ ହାତୀ ଫସଲ ନଷ୍ଟ କରି ତାଣ୍ଡବ ଲୀଳା ମଚାଇଥିବା ଦେଖିବାକୁ ମିଳିଛି । ହାତୀପଲଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି ।

By

Published : Aug 11, 2019, 3:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର


କେନ୍ଦୁଝର: ଜିଲ୍ଲାର ଏବେ ସବୁ ରେଞ୍ଜରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । କେଉଁଠି ଘର ଭାଙ୍ଗୁଛନ୍ତି, ତ କେଉଁଠି ଚାଉଳ ଖାଇ ଫସଲ ନଷ୍ଟ କରୁଛନ୍ତି ହାତୀ । ତେବେ ଆଜି କେନ୍ଦୁଝର ସହର ନିକଟରେ ଦଶରୁ ଊର୍ଦ୍ଧ୍ବ ହାତୀ ଫସଲ ନଷ୍ଟ କରି ତାଣ୍ଡବ ଲୀଳା ମଚାଇଥିବା ଦେଖିବାକୁ ମିଳିଛି ।

ହାତୀପଲଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । ଲୋକଙ୍କୁ ହାତୀ ପାଖକୁ ନ ଯିବା ପାଇଁ ମାଇକ ଯୋଗେ ସୂଚାଇ ଦିଆଯାଉଛି । ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ଯାଇ ହାତୀଙ୍କ ସହ ନ ଲାଗି ତାଙ୍କୁ ଉତ୍ତେଜିତ ନ କରିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛନ୍ତି ବନବିଭାଗ କର୍ମଚାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେପଟେ ହାତୀପଲଙ୍କୁ ଜମୁଣାଳିଆ ଜଙ୍ଗଲ ଦେଇ ମୈଦାନକେଲ ଜଙ୍ଗଲକୁ ତଡିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ । ସୂଚନା ଥାଉକି, ହାତୀ ଆକ୍ରମଣରେ କିଛି ଦିନ ଭିତରେ 10ରୁ ଅଧିକ ଜୀବନ ଗଲାଣି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details