ଆନନ୍ଦପୁର: ଛୁରାମାଡ କରି ଫାଇନାନ୍ସ କର୍ମଚାରୀଙ୍କ ଠୁ ଲୁଟ ଅଭିଯୋଗ । କେନ୍ଦୁଝର ଘସିପୁରା ଥାନା ଏନଏଚ-୨୦ ପାର୍ଶ୍ବ ନହାଗୁଣା ଗାଁ ନିକଟରେ ଥିବା ଜଣେ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଛୁରାମାଡ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଛୁରାମାଡରେ ଗୁରୁତର ଭାରତ ଫାଇନାନ୍ସର କର୍ମଚାରୀ ନୀଶାକର ମଲ୍ଲିକଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଶାକର ସୋମବାର ସ୍ଥାନୀୟ ବିଭିନ୍ନ ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ଦିଆଯାଇଥିବା ଋଣର କିସ୍ତି ଟଙ୍କା ଆଦାୟ କରି ଫେରୁଥିବା ବାଟରେ ଏହି ଘଟଣା ଘଟିଛି । ତାଙ୍କୁ 2 ଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ଛୁରାମାଡ କରି ଟଙ୍କା ଲୁଟି ନେଇଥିଲେ ।