ଓଡିଶା

odisha

ETV Bharat / state

9 ବର୍ଷୀୟ ନାତୁଣୀକୁ ସମ୍ପର୍କୀୟ ଜେଜେର ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର ଜିଲ୍ଲାର ବଡ଼ପଶି ଗାଁରେ ଜଣେ 9 ବର୍ଷୀୟ ନାବାଳିକାକୁ ସମ୍ପର୍କୀୟ ଜେଜେ ଦୁଷ୍କର୍ମ କରିଥିବା ମାମଲା ସାମନାକୁ ଆସିଛି ।

ପ୍ରତିକାତ୍ମକ ଫଟୋ

By

Published : Aug 14, 2019, 5:28 PM IST

Updated : Aug 14, 2019, 5:47 PM IST

କେନ୍ଦୁଝର: ସାରାଦେଶରେ ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ ମାମଲା । କେନ୍ଦୁଝର ଜିଲ୍ଲାର ବଡ଼ପଶି ଗାଁରେ ଜଣେ 9 ବର୍ଷୀୟ ନାବାଳିକାକୁ ସମ୍ପର୍କୀୟ ଜେଜେ ଦୁଷ୍କର୍ମ କରିଥିବା ମାମଲା ସାମନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଘରେ କେହି ନଥିବା ସୁଯୋଗ ନେଇ ଜେଜେବାପା ଏହି ଘଟଣା ଘଟାଇବା ପରେ ଫେରାର ହୋଇ ଯାଇଥିଲା ।

ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଜେଜେ ବାପା ଚୈତନ୍ୟ ମହାନ୍ତଙ୍କୁ ସଦର ପୋଲିସ ଗିରଫ କରିଛି। ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତକୁ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମାହାପାତ୍ର, ଇଟିଭି ଭାରତ

Last Updated : Aug 14, 2019, 5:47 PM IST

ABOUT THE AUTHOR

...view details