ଓଡିଶା

odisha

ETV Bharat / state

ପୁଣି ଜଣେ ନାବାଳିକା ହେଲେ ଗର୍ଭବତୀ

ରାଜ୍ୟରେ ବର୍ତ୍ତମାନ ନାବାଳିକା ଗର୍ଭବତୀ ହେବା ଘଟଣା ସାଧାରଣ ହେବାକୁ ବସିଛି । ପ୍ରାୟ ପ୍ରତିଦିନ ଏଭଳି ଘଟଣା ଘଟୁଥିବାବେଳେ ଜିଲ୍ଲାରେ ମଧ୍ୟ ସାମ୍ନାକୁ ଆସିଛି ଜଣେ ନାବାଳିକା ଗର୍ଭବତୀ ହେବା ଘଟଣା ।

By

Published : Mar 14, 2019, 7:02 PM IST

Updated : Mar 14, 2019, 7:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ରାଜ୍ୟରେ ବର୍ତ୍ତମାନ ନାବାଳିକା ଗର୍ଭବତୀ ହେବା ଘଟଣା ସାଧାରଣ ହେବାକୁ ବସିଛି । ପ୍ରାୟ ପ୍ରତିଦିନ ଏଭଳି ଘଟଣା ଘଟୁଥିବାବେଳେ ଜିଲ୍ଲାରେ ମଧ୍ୟ ସାମ୍ନାକୁ ଆସିଛି ଜଣେ ନାବାଳିକା ଗର୍ଭବତୀ ହେବା ଘଟଣା । ଫଳରେ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ସଦର ଥାନା ଛକ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀରୁ ପାଠ ଛାଡିଥିବା ନାବାଳିକା ଗର୍ଭବତୀ ହୋଇଥିବା ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ ଜଣେ ସମ୍ପର୍କୀୟ ନାବାଳକ ସମ୍ପୃକ୍ତ ନାବାଳିକା ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରଖିଥିଲା । ପରବର୍ତ୍ତୀ ସମୟରେ ଏହି ପ୍ରେମ ସମ୍ପର୍କ ଧୀରେ ଧୀରେ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା । ହେଲେ ଯେତେବେଳେ ନାବାଳିକା ଜଣକ ଗର୍ଭବତୀ ହେଲେ ସେତେବେଳେ ପ୍ରଥମେ ନାବାଳକର ପରିବାର ଝିଅଟିକୁ ସ୍ବୀକାର କରିବାକୁ ରାଜି ହୋଇଥିଲେ ମଧ୍ୟ ପରେ ଅରାଜି ହୋଇଥିଲେ ।

ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଏକ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ସଦର ଥାନା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ଅଭିଯୁକ୍ତ ନାବାଳକକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Mar 14, 2019, 7:17 PM IST

ABOUT THE AUTHOR

...view details