ଓଡିଶା

odisha

ETV Bharat / state

‘ଲୋନ ନେଇ ଠକିଲେ ହେବ କାର୍ଯ୍ୟାନୁଷ୍ଠାନ’

ଯେଉଁମାନେ ସମବାୟ ବ୍ୟାଙ୍କରୁ ଲୋନ ନେଇ ଠକୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ....

By

Published : Sep 29, 2019, 9:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଦିନିକିଆ କେନ୍ଦୁଝର ଗସ୍ତରେ ଆସିଥିଲେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହି ଗସ୍ତରେ ମନ୍ତ୍ରୀ ସମବାୟ ବ୍ୟାଙ୍କର ସମୀକ୍ଷା କରିଥିଲେ । ସମବାୟ ଦ୍ବାରା ଚାଷୀଙ୍କର କିପରି ଉନ୍ନତି ହେବ । ସେମାନେ କିପରି ଠିକ୍ ସମୟରେ ଲୋନ ପାଇ ପାରିବେ ତାହାର ସମୀକ୍ଷା କରିଥିଲେ ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବ୍ୟାଙ୍କ ଗୁଡିକ କିପରି ସଠିକ୍ ଭାବେ କାର୍ଯ୍ୟ କରିବେ ସେଥିପାଇଁ ତ୍ରୟମାସିକ ସମୀକ୍ଷା କରାଯିବ । ଏହାସହ ଯେଉଁମାନେ ସମବାୟ ବ୍ୟାଙ୍କରୁ ଲୋନ ନେଇ ସୁଝୁନାହାନ୍ତି ଆଗାମୀ ଦିନରେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ତେବେ ସମବାୟ ବ୍ୟାଙ୍କ ଗୁଡିକର କିପରି ଉନ୍ନତି ହେବ ସେଥିପାଇଁ ରାଜ୍ୟର ସମସ୍ତ ବ୍ୟାଙ୍କରେ ଏଭଳି ସମୀକ୍ଷା କରାଯିବ ବୋଲି ଏହି ଅବସରରେ ମନ୍ତ୍ରୀ କହିଥିଲେ ।

ଏହି ସମୀକ୍ଷା ବୈଠକରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସଭାପତି, ନିର୍ଦ୍ଦେଶକ ଏବଂ ପ୍ରତିନିଧି ମାନେ ଯୋଗଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details