ଓଡିଶା

odisha

By

Published : Dec 4, 2022, 11:05 PM IST

ETV Bharat / state

କୁଡୁଖ ଭାଷାର ବିକାଶ ପାଇଁ ପ୍ରୟାସ ଆବଶ୍ୟକ: ଜୁଏଲ ଓରାମ

କୁଡୁଖ ଭାଷାର ବିକାଶ ପାଇଁ ପ୍ରୟାସ ଆବଶ୍ୟକ । ସମାଜର ବିକାଶ ଓ ଏହାର ଭାଷା ସୁରକ୍ଷା ପାଇଁ କେନ୍ଦୁଝର ଜିଲ୍ଲାରେ ସ୍ଥାନୀୟ ନଗର ଭବନ ଠାରେ ସଂଗଠନ ପକ୍ଷରୁ କୁଡୁଖ ଭାଷାର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ

କୁଡୁଖ ଭାଷାର ବିକାଶ ପାଇଁ ପ୍ରୟାସ ଆବଶ୍ୟକ- ଜୁଏଲ ଓରାମ
କୁଡୁଖ ଭାଷାର ବିକାଶ ପାଇଁ ପ୍ରୟାସ ଆବଶ୍ୟକ- ଜୁଏଲ ଓରାମ

କେନ୍ଦୁଝର: କୁଡୁଖ ଭାଷାର ବିକାଶ ପାଇଁ ପ୍ରୟାସ ଆବଶ୍ୟକ । ଭାରତୀୟ ଭାଷା ଓ ସଂସ୍କୃତିରେ ଓରାମ ସମାଜ ତାର ନିଜସ୍ବ ସ୍ବତନ୍ତ୍ରତା ବଜାୟ ରଖିଛି । ଅନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ଏହାର ନିଜସ୍ବ ଭାଷା ଥିବା ବେଳେ ସଂସ୍କୃତି ମଧ୍ୟ ଭିନ୍ନ। ସମାଜର ବିକାଶ ସଂଙ୍ଗେ ସଂଙ୍ଗେ ଏହି ଓରାମ ସମାଜ ତା' ର ଭାଷା ଓ ସଂସ୍କୃତିର ଅବକ୍ଷୟ ହେବାରେ ଲାଗିଛି । ତେବେ ଏହାର ବିକାଶ ପାଇଁ ଓରାମ ସାଂସ୍କୃତିକ ସମାଜ ତାର ପ୍ରୟାସ ଆରମ୍ଭ କରିଛି ।

କୁଡୁଖ ଭାଷାର ବିକାଶ ପାଇଁ ପ୍ରୟାସ ଆବଶ୍ୟକ- ଜୁଏଲ ଓରାମ

ସମାଜର ଅର୍ଥନୈତିକ, ଶିକ୍ଷାଗତ, ସାମାଜିକ ଇତ୍ୟାଦି ସ୍ତରରେ ବିକାଶ ପାଇଁ ଗାଁ ରୁ ସହର ସବୁଠି ସଂଗଠନ ପକ୍ଷରୁ ଆଲୋଚନା , ସଚେତନତା ଅଭିଯାନ ଆଦି କରାଯାଉଛି । ଏହି ସମାଜର ବିକାଶ ଓ ଏହାର ଭାଷା ସୁରକ୍ଷା ପାଇଁ କେନ୍ଦୁଝର ଜିଲ୍ଲାରେ ସ୍ଥାନୀୟ ନଗର ଭବନ ଠାରେ ସଂଗଠନ ପକ୍ଷରୁ କୁଡୁଖ ଭାଷାର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନାଚକ୍ରରେ କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରୁ ଓରାମ ସମାଜ ନେତା ଯୋଗ ଦେଇଥଲେ । ଏହାଛଡା ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ପୂର୍ବତନ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗ ଦେଇଥଲେ । ଓରାମ ସମାଜ ଓଡ଼ିଶାରେ ଅବହେଳିତ ହୋଇ ରହିଥିବା ବେଳେ ଏହାର ବିକାଶର ଆବଶ୍ୟକତା ଥିବା ପ୍ରକାଶ କରିଥିଲେ । ଏହାର ବିକାଶ ପାଇଁ କୁଡୁଖ ଭାଷାକୁ ସମାଜର ଲୋକେ ବହୁଳ ଭାବେ ଆଦୃତ କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ । ଏହା ସହ ଏହି ଭାଷାକୁ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ ।

ଏହି ଆଲୋଚନାଚକ୍ରରେ ସମାଜର ବହୁ ଅତିଥି ଯୋଗ ଦେଇ ସମାଜର ଲୋକମାନେ ଭୋଗୁଥିବା ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଜିର ଏହି ଆଲୋଚନାଚକ୍ରକୁ ସଭାପତି ସୁକେସି ଓରାମ ପରିଚାଳନା କରିଥିବା ବେଳେ ବହୁ ପୂର୍ବତନ ବିଧାୟକ, ଅଧିକାରୀଙ୍କ ଶହ ଜିଲ୍ଲାର କୋଣ ଅନୁକୋଣରୁ ଓରାମ ସମାଜର ଲୋକ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details