ଆନନ୍ଦପୁର: ଆଜି ହେଉଛି ପବିତ୍ର ଶୀତଳ ଷଷ୍ଠୀ । ଦେବ ଦେବ ମହାଦେବ ଶିବ ଓ ମାତା ପାର୍ବତୀ ଦେବୀଙ୍କ ବିବାହ ଉତ୍ସବ ସମସ୍ତ ଶୈବପୀଠ ଗୁଡିକରେ ପାଳନ କରାଯାଉଛି । ଏଥିପାଇଁ ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି ।
ସେହିପରି କେନ୍ଦୁଝର ଜିଲ୍ଲାର ସର୍ବପ୍ରାଚୀନ ଶୈବପୀଠ ବାବା ଝାଡେଶ୍ୱରଙ୍କର ବିବାହ ଉତ୍ସବ ନେଇ ଉତ୍ସବ ମୁଖର ହୋଇ ଉଠିଛି ପୀଠ । ବଡ ଧୁମଧାମରେ ପାଳିତ ହେଉଛି ମହାଦେବଙ୍କ ବିବାହ ।