କେନ୍ଦୁଝର:ଜିଲ୍ଲାହେଉଛି ଏକଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାରେ ଆଦିବାସୀ ଲୋକଙ୍କ ରୋଜଗାରର ମାଧ୍ୟମ ହେଉଛି ବଣ ପାହାଡ଼ । ସେମାନେ ବଣ ପାହାଡ଼ରୁ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ମହିଳାମାନଙ୍କ ଘରର ଆର୍ଥିକ ବିକାଶ କ୍ଷେତ୍ରରେ ବେଶ ହାତ ସହଭାଗିତା ରହିଥାଏ ।ସମୟ ବଦଳିବା ସହ ମହିଳାମାନେ ମଧ୍ୟ ବେଶ ସ୍ୱାବଲମ୍ବୀ ହେଲେଣି ।ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଏବେ ପାରମ୍ପରିକ ଚାଷବାସ ସହ ଗେଣ୍ତୁଚାଷ ଭଳି ଅନେକ ଅର୍ଥକାରୀ ଚାଷ କରି ଲାଭବାନ ହୋଇପାରିଛନ୍ତି । ବର୍ତ୍ତମାନ ଜିଲ୍ଲାର ଉକୁଚାବେଡ଼ା ଓ ବସନ୍ତପୁର ଗ୍ରାମର ଏସ୍ଏଚ୍ଜି ମହିଳାମାନେ ଆରମ୍ଭ କରିଛନ୍ତି ଗେଣ୍ତୁଚାଷ । ପରିବା ଚାଷଠାରୁ ଏଥିରୁ ଅଧିକ ଲାଭ ମିଳିଥାଏ ବୋଲି କହିଛନ୍ତି ଚାଷୀ ।
କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକର ଆଦିବାସୀ ମହିଳାଙ୍କୁ ବେସ ସ୍ୱାବଲବୀ କରିପାରିଛି ଗେଣ୍ତୁଚାଷ ।ଏଥିରେ ଏହି ମହିଳା ମାନଙ୍କୁ ସହଯୋଗର ହାତ ବଢ଼ାଇଛି ନାବାର୍ଡ ଓ ଓସ୍କା । ଉକ୍ତ ଅଞ୍ଚଳର ୧୨ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଓସ୍କା ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା । ଏହାସହ ଗେଣ୍ଡୁ ବିହନ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ବିହନ ନେଇ ଉକୁଚାବେଡା ଓ ବସନ୍ତପୁର ଗ୍ରାମର ଏସଏଚଜି ମହିଳାମାନେ ଦୁଇ ଏକରରୁ ଊର୍ଦ୍ଧ୍ୱ ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ......ଚାକିରି ଛାଡି ଆପଣାଇଲେ ଚାଷ, ଆର୍ମନିର୍ଭରଶୀଳ ହେବା ସହ 5 ପରିବାରକୁ ଦେଲେ ରୋଜଗାର