ଓଡିଶା

odisha

ETV Bharat / state

କେନ୍ଦୁଝର ବଜାରରେ ଖୋଲିଛି ଆମ୍ବର ପସରା - season

ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି । ତେଣୁ ଚଳିତ ବର୍ଷ କେନ୍ଦୁଝରରେ ବହୁଳ ପରିମାଣର ଆମ୍ବ ଉତ୍ପାଦନ ହୋଇଛି । ଦେଶୀ ଆମ୍ବ ସହ ବିଦେଶୀ ଆମ୍ବ, ଦୋଷାରି, ଆମ୍ରପଲ୍ଲୀ, ଲେଙ୍ଗଡା ଆଦି କେନ୍ଦୁଝର ବଜାରରେ ପସରା ମେଲିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

By

Published : May 29, 2019, 5:40 PM IST

କେନ୍ଦୁଝର: ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି । ତେଣୁ ଜଙ୍ଗଲରେ ଫଳମୂଳ ମଧ୍ୟ ପାଚିବାରେ ଲାଗିଛି । କେନ୍ଦୁଝର ଏକ ପ୍ରାକୃତିକ ଜଙ୍ଗଲରେ ଭରା ଜିଲ୍ଲା ଅଟେ। ତେଣୁ ଏଠାରେ ବିଭିନ୍ନ ପ୍ରକାର ଫଳ ତଥା ଆମ୍ବ, ପଣଷ ପ୍ରଚୁର ପରିମାଣରେ ମିଳିଥାଏ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ଚଳିତ ବର୍ଷ ଏଠାରେ ବହୁଳ ପରିମାଣର ଆମ୍ବ ଉତ୍ପାଦନ ହୋଇଛି । ଏହି ସବୁ ଆମ୍ବ ଜିଲ୍ଲା ବାହାରକୁ ଯିବା ସହ କେନ୍ଦୁଝର ବଜାରରେ ମଧ୍ୟ ବିକ୍ରି ହେଉଛି । ଦେଶୀ ଆମ୍ବ ସହ ବିଦେଶୀ ଆମ୍ବ, ଦୋଷାରି, ଆମ୍ରପଲ୍ଲୀ, ଲେଙ୍ଗଡା ଆଦି କେନ୍ଦୁଝର ବଜାରରେ ପସରା ମେଲିଛି।

ଏହି ସବୁ ଆମ୍ବକୁ କିଣିବାକୁ ଗ୍ରାହକମାନଙ୍କର ଭିଡ଼ ଜମୁଛି । ତେବେ ପ୍ରତିବର୍ଷ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ଆମ୍ବର ଚାହିଦା ଦେଖିବାକୁ ମିଳିଥାଏ । ତେଣୁ ଏହି ଅଞ୍ଚଳରୁ ଆସୁଥିବା ଆମ୍ବକୁ ନେବା ପାଇଁ ଗ୍ରାହକମାନେ ଚାହିଁ ବସିଥାନ୍ତି । ଏଥିସହ ଏହି ଆମ୍ବର ପସରା କେନ୍ଦୁଝର ସହରରେ ରଜ ପର୍ବ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details