ଓଡିଶା

odisha

ETV Bharat / state

ଚାପୁଡା ମାଡରେ ଚାଲିଗଲା ଜୀବନ !

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ । ଜଣେ ରୋଗୀ ଡାକ୍ତରଖାନା ପରିସରରେ ପରିସ୍ରା କରିବାରୁ ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଚାପୁଡ଼ା ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

By

Published : Aug 12, 2019, 3:41 PM IST

Updated : Aug 12, 2019, 3:58 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଚିକିତ୍ସାଧୀନ ଜଣେ ରୋଗୀ ଡାକ୍ତରଖାନା ପରିସରରେ ପରିସ୍ରା କରିବାରୁ ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଚାପୁଡ଼ା ମାଡ଼ରେ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର ୬ନଂ ଓ୍ବାର୍ଡର ଗୌତମ ମୁଖୀ ଦୁଇଦିନ ତଳେ ବାତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କୁ ଡାକ୍ତରଖାନାରୁ ଛାଡ଼ ମିଳିବାକୁ ଥିଲା । ହେଲେ ଗୌତମ ଡାକ୍ତରଖାନା ପାଚେରୀ ନିକଟରେ ପରିସ୍ରା କରୁଥିବା ସମୟରେ ମୁଗୁପୁର ଗାଁର ବଳରାମ ଦଳେଇ ନାମକ ଯୁବକ କାହିଁକି ସେଠାରେ ପରିସ୍ରା କରୁଛୁ କହି କାନରେ ଶକ୍ତ ଚାପୁଡା ମାରିଥିଲେ ।

ଫଳରେ ଗୌତମ ସେହିଠାରେ ହିଁ ଟଳି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୌତମଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେପଟେ ଘସିପୁରା ପୋଲିସ ଅଭିଯୁକ୍ତ ବଳରାମ ଦଳେଇକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Aug 12, 2019, 3:58 PM IST

ABOUT THE AUTHOR

...view details