ଓଡିଶା

odisha

ETV Bharat / state

ଭୋଟ ଦେଲେ ବଦ୍ରି ପାତ୍ର

ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ମନ୍ତ୍ରୀ ଘସିପୁରା ନିର୍ବାଚନ ମଣ୍ଡଳୀ ଗ୍ରାମ ଗଡବାନ୍ଦଗୋଡାର ୨୮୧ ନଂ ବୁଥରେ ଭୋଟ ଦେଇଛନ୍ତି ।

By

Published : Apr 23, 2019, 9:41 AM IST

Updated : Apr 23, 2019, 2:41 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର

ଆନନ୍ଦପୁର: ସାରା ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଓଡିଶାରେ ମୋଟ 6ଟି ଲୋକସଭା ଓ 42ଟି ବିଧାନସଭା ପାଇଁ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଭୋଟର ମାନେ ଉତ୍ସାହ ସହକାରେ ଭୋଟଗ୍ରହଣ କେନ୍ଦ୍ରରେ ଭୋଟ ଦେଉଛନ୍ତି ।

ସେହିପରି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ମନ୍ତ୍ରୀ ଘସିପୁରା ନିର୍ବାଚନ ମଣ୍ଡଳୀ ଗ୍ରାମ ଗଡବାନ୍ଦଗୋଡାର ୨୮୧ ନଂ ବୁଥରେ ଭୋଟ ଦେଇଛନ୍ତି । ହେଲେ ପୂର୍ବ 2 ଟି ପର୍ଯ୍ୟାୟ ପରି ଚଳିତ ଥର ମଧ୍ୟ ଇଭିଏମରେ ତ୍ରୁଟି ଯୋଗୁଁ ଗଣ ଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମତଦାନରେ ବିଳମ୍ବ ହୋଇଥିଲା । ଜଣେ ଶୃଙ୍ଖଳିତ ନାଗରିକ ପରି ସେ ମଧ୍ୟ ସାଧାରଣ ଲୋକଙ୍କ ସହ ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଇଛନ୍ତି ।

ଏ ବିଷୟରେ ମନ୍ତ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି କି ଏହି ଦିନଟି ସମସ୍ତଙ୍କ ପାଇଁ ଭଲ ଦିନ । ସବୁ ଭୋଟର ଏହି ଦିନକୁ ଅପେକ୍ଷା କରି ବସିଥାନ୍ତି । ଏବେ ଶଙ୍ଖର ଆଦୃତ ଘରେ ଘରେ ରହିଛି ଆଗାମୀ ଦିନରେ ବିଜେଡି ବିଜୟ ଲାଭ କରିବ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Apr 23, 2019, 2:41 PM IST

ABOUT THE AUTHOR

...view details