ଓଡିଶା

odisha

ETV Bharat / state

ଆଇନଜୀବୀଙ୍କ ଦୁଇ ଦିନିଆ ଆନ୍ଦୋଳନ ଡାକରା

ଅଲ୍ ଇଣ୍ଡିଆ ବାର୍ କାଉନସିଲର ଡାକରାରେ ରାଜ୍ୟବ୍ୟାପୀ ଆଇନଜୀବୀମାନେ ନିଜର ଆଞ୍ଚଳିକ କାର୍ଯ୍ୟାଳୟରେ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । କେନ୍ଦୁଝରରେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଛି।

By

Published : Feb 11, 2019, 8:41 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଅଲ୍ ଇଣ୍ଡିଆ ବାର୍ କାଉନସିଲର ଡାକରାରେ ରାଜ୍ୟବ୍ୟାପୀ ଆଇନଜୀବୀମାନେ ନିଜର ଆଞ୍ଚଳିକ କାର୍ଯ୍ୟାଳୟରେ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । କେନ୍ଦୁଝରରେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଛି।

ବୀମା, ପେନସନ୍, ଷ୍ଟାଇପେଣ୍ଡ୍ ଓ ଲିଗାଲ୍ ସର୍ଭିସେସ୍ ଅଥୋରିଟି ଆକ୍ଟ ଲାଗୁ କରିବାକୁ ଆଇନଜୀବୀ ଦାବି କରିଛନ୍ତି। ସେହିପରି ୫ ବର୍ଷ ଯାଏଁ ନୂଆ ଆଇନଜୀବୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି ହୋଇଛି।

ସେହିପରି ଇ-ଲାଇବ୍ରେରୀ ଓ କାର୍ଯ୍ୟାଳୟରେ ମହିଳା ଆଇନଜୀବୀଙ୍କ ଶିଶୁଙ୍କ ପାଇଁ ସୁବିଧା, ଶୌଚାଳୟ ଓ ଗମନାଗମନର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଆଜିର ଆନ୍ଦୋଳନ ପରେ ଆଇନଜୀବୀମାନେ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details