ଓଡିଶା

odisha

ETV Bharat / state

ବିଳମ୍ବିତ ରାତିରେ ଘରେ ପଶିଲା ହାତୀ, ବ୍ୟାପକ କ୍ଷୟକ୍ଷତି

ହାତୀ ଆତଙ୍କରେ କେନ୍ଦୁଝର ଜିଲ୍ଲାର ଫୁଲଝର ପଞ୍ଚାୟତ । ଦୀର୍ଘ ଦିନ ଧରି ହାତୀଙ୍କ ଉପଦ୍ରବ୍ୟ ଦେଖିବାକୁ ମିଳିଥିବା ବେଳେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ଅଭିଯୋଗ ହୋଇଛି ।

By

Published : Jun 14, 2019, 9:10 AM IST

Updated : Jun 14, 2019, 9:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲା ବଂଶପାଳ ବ୍ଲକ ଫୁଲଝର ପଞ୍ଚାୟତରେ ହାତୀ ଆତଙ୍କ । ଗତକାଲି(ଶୁକ୍ରବାର) ରାତିରେ ଶଙ୍କିର ଗ୍ରାମର ଭାଗିରଥୀ ଘରେ ବଣୁଆ ହାତୀ ଆକ୍ରମଣ କରିଛି । ସେପଟେ, ଦୀର୍ଘ ଦିନ ଧରି ହାତୀ ଉପଦ୍ରବ୍ୟ କରୁଥିବା ବେଳେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ଅଭିଯୋଗ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବିଳମ୍ବିତ ରାତିରେ ଘରେ ପଶି ଘର କାନ୍ଥ ଭାଙ୍ଗିବା ସହ ଚାଉଳ ଖାଇବାକୁ ଚେଷ୍ଟା କରିଥିଲା ହାତୀ ।ତେବେ ହାତୀକୁ ଦେଖି ପରିବାରଲୋକେ ବାହାର ଚାଲିଆସିଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗର କୌଣସି ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚିନଥିବା ଜଣାପଡି଼ଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jun 14, 2019, 9:23 AM IST

ABOUT THE AUTHOR

...view details